ଆଜି ଓଜେଇଇ ପରୀକ୍ଷା ! ୩୦ ହଜାର ପରୀକ୍ଷାର୍ଥୀ ଦେବେ ପରୀକ୍ଷା, ଜୁନ ପ୍ରଥମ ସପ୍ତାହରେ ରେଜଲ୍ଟ

Advertisment
ଆଜି ଓଜେଇଇ ପରୀକ୍ଷା ! ୩୦ ହଜାର ପରୀକ୍ଷାର୍ଥୀ ଦେବେ ପରୀକ୍ଷା, ଜୁନ ପ୍ରଥମ ସପ୍ତାହରେ ରେଜଲ୍ଟ

କନକ ବ୍ୟୁରୋ : ଲାଟେରାଲ ଏଣ୍ଟ୍ରି ବି.ଟେକ୍ ସମେତ ଲାଟେରାଲ ଏଣ୍ଟ୍ରି ବି.ଫାର୍ମା, ବି. ଫାର୍ମା, ଇଣ୍ଟିଗ୍ରେଟେଡ୍ ଏମବିଏ ପରି ପାଠ୍ୟକ୍ରମରେ ନାମଲେଖା ପାଇଁ ଶୁକ୍ରବାର ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ଅନୁଷ୍ଠିତ ହେବ। ଏହି ପ୍ରବେଶିକା ପରୀକ୍ଷା ପେନ୍ ଆଣ୍ଡ ପେପର ବେସଡ ଅଫଲାଇନରେ କରାଯିବ। ପରୀକ୍ଷା ଲାଗି ରାଜ୍ୟର ୨୦ଟି ସହରରେ ୫୩ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ଭୁବନେଶ୍ବରରେ ସର୍ବାଧିକ ୧୩ଟି ପରୀକ୍ଷା କେନ୍ଦ୍ର ହୋଇଥିବା ବେଳେ କଟକ, ବାଲେଶ୍ବରରେ ୪ଟି ଲେଖାଏ ହୋଇଛି। ଏଥିସହ ରାୟଗଡ଼ା, ସମ୍ବଲପୁର, ଢେଙ୍କାନାଳ, ଭଦ୍ରକ, ରାଉରକେଲା, ବ୍ରହ୍ମପୁର ଆଦି ସହରରେ ୨୯ ହଜାର ୯୦୦ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଜୁନ୍ ପ୍ରଥମ ସପ୍ତାହରେ ଫଳ ପ୍ରକାଶ ପାଇବ।

special ojee http://odishatv.in/

ଦୁଇଟି ସିଟିଂରେ ପରୀକ୍ଷା ଅନୁଷ୍ଠିତ ହେବ। ପ୍ରଥମ ସିଟିଂରେ ସକାଳ ୯ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ଦ୍ବିତୀୟ ସିଟିଂ ଅପରାହ୍ନ ୨ଟାରୁ ୪ଟା ଯାଏ ଅନୁଷ୍ଠିତ ହେବ। ପରୀକ୍ଷା ପରିଚାଳନା ଲାଗି ଗତକାଲିଠାରୁ ସୁପରଭାଇଜରମାନଙ୍କୁ ପରୀକ୍ଷା କେନ୍ଦ୍ରକୁ ପଠାଯାଇ ସରିଛି। ସୁପରିଚାଳନା ଲାଗି ସୁପରଭାଇଜରଙ୍କ ସମେତ ଅବଜରଭରମାନଙ୍କୁ ନିଯୁକ୍ତି ଦିଆଯାଇଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସମସ୍ତ କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଓଜେଇଇ ଅଧ୍ୟକ୍ଷ ସୁଦୀପ୍ କୁମାର ଚାନ୍ଦ କହିଛନ୍ତି। ବିଭିନ୍ନ ପିଜି ପାଠ୍ୟକ୍ରମରେ ନାମଲେଖା ଲାଗି ହେବାକୁ ଥିବା କମ୍ପ୍ୟୁଟର ବେସ୍ଡ ପରୀକ୍ଷା ପାଇଁ ପରବର୍ତୀ ସମୟରେ ବିଜ୍ଞପ୍ତି ପ୍ରକାଶ କରାଯିବ।

ଅନ୍ୟପକ୍ଷରେ ପୁରୀସ୍ଥିତ ସରକାରୀ ମହିଳା ମହାବିଦ୍ୟାଳୟରେ ହେବାକୁ ଥିବା ପରୀକ୍ଷା କେନ୍ଦ୍ରକୁ ଏସସିଏସ ସ୍ବୟଂଶାସିତ ମହାବିଦ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ କିଛି ପରିବର୍ତନ କରାଯାଇ ନାହିଁ। ଆଡମିଟ୍ କାର୍ଡରେ ଉଲ୍ଲେଖ ଥିବା ସମୟରେ ପରୀକ୍ଷା ହେବ ବୋଲି ଗତ ୧୫ ତାରିଖରେ ଓଜେଇଇ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe