ଆଜି ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ । ବ୍ରହ୍ମପୁର ନିକଟସ୍ଥ ଗୋଳାବନ୍ଧ ଆର୍ମି ଡିଫେନ୍ସ କଲେଜର ‘କଲର ଆୱାର୍ଡ’ କାର୍ଯ୍ୟକ୍ରମରେ ଦେବେ ଯୋଗ

244

କନକ ବ୍ୟୁରୋ : ଆଜି ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଦୁଇ ଦିନିଆ ଓଡିଶା ଗସ୍ତରେ ଆସିବେ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଆଜି ଓ ଆସନ୍ତାକାଲି ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି  । ପରିବର୍ତିତ କାର୍ଯ୍ୟସୂଚୀ ଅନୁଯାୟୀ ରାଷ୍ଟ୍ରପତି ଭୁବନେଶ୍ୱର ବିମାନବନ୍ଦର ବଦଳରେ ଆଜି ଅପରାହ୍ନ ୩ଟା ୩୦ରେ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରେ ପହଁଚି ଗୋଳାବନ୍ଧ ଏୟାର ଡିଫେନ୍ସ କଲେଜ୍ ଯିବେ । ସେଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ  ଡିଫେନ୍ସ ସେଂଟରକୁ କଲର ଆୱାର୍ଡ ପ୍ରଦାନ କରିବେ ।

୧୯୮୪ ମସିହାରେ ପ୍ରତିଷ୍ଠା କରାଯାଇଥିବା ଏହି ଆର୍ମି ଡିଫେନ୍ସ ସେଂଟର, ୨୫ବର୍ଷରୁ ଉର୍ଦ୍ଧ ସମୟ ଧରି ଉଲେଖନୀୟ ସେବା ଯୋଗାଇ ଦେବା ପାଇଁ ସେଂଟରକୁ  ରାଷ୍ଟ୍ରପତି ସମ୍ମାନଜନକ କଲର ଆୱାର୍ଡ ପ୍ରଦାନ କରିବେ । ଏହି କାର୍ଯ୍ୟକ୍ରମରେ ସ୍ଥଳସେନା ମୁଖ୍ୟ ବିପିନ ରାୱତ୍, ଓଡିଶା ରାଜ୍ୟପାଳ ଗଣେଶୀ ଲାଲ,ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଲେଫ୍ଟନାଂଟ ଜେନେରାଲ ଅଶ୍ୱିନୀ କୁମାର ଓ ଲେଫ୍ଟନାଂଟ ଜେନେରାଲ ଏ.ପି.ସିଂ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତିଙ୍କ ଗସ୍ତ ଦୃଷ୍ଟିରୁ ସୁରକ୍ଷାକୁ କଡା କଡି କରାଯାଇଛି । ଡଗ୍ ସ୍ୱାର୍ଡ ଦ୍ୱାରା ପୁରା ଅଂଚଳକୁ ତନ ତନ କରି ଯାଂଚ କରାଯାଇଛି । ଏବଂ କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଥିବା ଅଂଚଳ ସମେତ ଆଖପାଖରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।