କନକ ବ୍ୟୁରୋ : ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି ଓଡିଶାକୁ ଠିକ ସେପରି ଭାବରେ କେନ୍ଦ୍ରୀୟ ନେତାମାନେ ପ୍ରଚାରରେ ଆସୁଛନ୍ତି । ପ୍ରତ୍ୟେକ ସପ୍ତାହରେ କେହି ନା କେହି କେନ୍ଦ୍ରୀୟ ନେତାଙ୍କ ଗସ୍ତ ସମ୍ପର୍କରେ ସୂଚନା ରହିଛି । ମିଳିଥିବା ସୂଚନା ଅନୁସାରେ,  ସିନେ ଅଭିନେତା ତଥା ଦିଲ୍ଲୀ ବିଜେପି ସଭାପତି ମନୋଜ ତିୱାରୀ ରବିବାର ଦିନ ଓଡ଼ିଶା ଆସିବେ। ସେ ସକାଳ ୧୦ଟା ୩୦ରେ ବ୍ରଜରାଜନଗର ନିର୍ବାଚନମଣ୍ଡଳୀରେ ପହଞ୍ଚି ରୋଡ୍ ସୋ’ ଓ ସାଧାରଣ ସଭାରେ  ଯୋଗ ଦେବେ।
ତାହା ପରେ ଝାରସୁଗୁଡ଼ାରେ ହେବାକୁ ଥିବା ରୋଡ୍ ସୋ’ରେ ଭାଗ ନେବାର କାର୍ଯ୍ୟକ୍ରମ ରହିଛି। ସେହିପରି ୧୫ ତାରିଖରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓଡ଼ିଶା ଆସିବେ। ସେ ରାଉରକେଲା, ଅନୁଗୁଳ ଓ ଫୁଲବାଣୀରେ ଦଳୀୟ ନିର୍ବାଚନୀ ସଭାରେ ଉଦବୋଧ ଦେବେ। ତେବେ ୨ ଜାତୀୟସ୍ତରୀୟ ନେତା ବାରମ୍ବାର ଓଡିଶା ଗସ୍ତରେ ଆସୁଥିବା ସମୟରେ ବିଜେପି ରାଜ୍ୟ ନେତା ଉତ୍ସାହିତ ଅଛନ୍ତି । ତେବେ ଜାତୀୟସ୍ତରର ନେତା ଓଡିଶା ଆସିବା ନେଇ ବିଜେପି କ୍ୟାମ୍ପ ଚଳଚଞ୍ଚଳ ହୋଇଉଠିଛି ।/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/02/Yogi-Adityanath-1.jpg)