ଆଜି ଓଡିଶା ଆସୁଛନ୍ତି ଅମିତ ଶାହା । ପାରଳାଖେମୁଣ୍ଡି ଓ ଉମରକୋଟର ଜନସଭାରେ ହେବେ ସାମିଲ : ଭୋଟରଙ୍କୁ ମନେଇବେ, କର୍ମୀଙ୍କ ମନର ଯୋଶ ଭରିବେ

Advertisment
ଆଜି ପୁଣି ଓଡିଶା ଗସ୍ତରେ ଆସୁଛନ୍ତି ଅମିତ ଶାହା ! ଶ୍ରୀଜୀଉଙ୍କୁ ଦର୍ଶନ କରିବା ପରେ ପୁରୀ ବଡଦାଣ୍ଡରେ କରିବେ ରୋଡ ସୋ’

କନକ ବ୍ୟୁରୋ : ବିଜେପି ରାଷ୍ଟ୍ର ଅଧ୍ୟକ୍ଷ ଅମିତ ଶାହ ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସେ ଏପ୍ରିଲ ପହିଲା ଅବସରରେ ଦୁଇଟି ନିର୍ବାଚନୀ ସଭାରେ ଯୋଗଦେବେ। ସକାଳ ୧୧ଟା ବେଳେ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି କାଶୀନଗର ବ୍ଲକର ସିଦ୍ଧାବଡ଼ଙ୍ଗା ପଡ଼ିଆରେ ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ। ସେହିପରି ଅପରାହ୍ନ ୧ଟାରେ ନବରଙ୍ଗପୁର ଜିଲ୍ଲା ଉମରକୋଟରେ ଥିବା ବିଜୁ ପଟ୍ଟନାୟକ ଷ୍ଟାଡିୟମରେ ଅନ୍ୟ ଏକ ସମାବେଶରେ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।

AMIT SAHAତେବେ ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି ରାଜନୈତିକ ପ୍ରଚାର ମଧ୍ୟ ସେତିକି ସେତିକି ବଢିବାରେ ଲାଗିଛି । ମିଳିଥିବା ସୂଚନା ଅନୁସାରେ, ଆଜି ଶାହା ଆସୁଥିବା ବେଳେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସେହିପରି ୬ ତାରିଖରେ ମଧ୍ୟ ପ୍ରଧାନମନ୍ତ୍ରୀ ନିର୍ବାଚନ ପ୍ରଚାରରେ ଓଡ଼ିଶା ଆସିବେ ବୋଲି ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe