କନକ ବ୍ୟୁରୋ : ବିଜେପିର ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ଆଜି ପୁଣି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ପୁରୀ ଆସୁଛନ୍ତି। ଅପରାହ୍ନ ୫ଟାରେ ଶାହା ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚି ସିଧାସଳଖ ପୁରୀ ଗସ୍ତ କରିବେ। ସନ୍ଧ୍ୟା ୬ଟାରେ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ବଡଦାଣ୍ଡରେ ରୋଡ ସୋ’ରେ ବାହାରିବେ। ଶାହାଙ୍କ ରୋଡ୍ ସୋ’ ପାଇଁ ବିଜେପି ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି। ରୋଡ୍ ସୋ ବଡଦାଣ୍ଡରୁ ଆରମ୍ଭ ହୋଇ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିବା ପରେ ଶରଧାବାଲିଠାରେ ଏକ ସାଧାରଣ ସଭାରେ ଶାହା ଉଦବୋଧନ ଦେବେ।
ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ଓ ସାତଟି ବିଧାନସଭା ପ୍ରାର୍ଥୀଙ୍କ ପାଇଁ ଶାହା ପ୍ରଚାର କରିବେ ବୋଲି ସୂଚନା ମିଳିଛି। ଏଥି ସହିତ ସେ ସେବାୟତଙ୍କ ସହିତ ମଧ୍ୟ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/02/AMITSAHAA_00000-1.png)