ମୁଖ୍ୟମନ୍ତ୍ରୀଙ୍କ ମାରାଥନ ପ୍ରଚାର । ଆସ୍କା ନିର୍ବାଚନୀ ମଣ୍ଡଳୀ ପରେ ଆଜି ଫୁଲବାଣୀର ତୁମୁଡିବନ୍ଧ, ସୋରଡା ଓ ଦଶପଲ୍ଲାରେ ବୁଲିବ ବିଜେଡି ସୁପ୍ରିମୋଙ୍କ ହାଇଟେକ ବସ

ମୁଖ୍ୟମନ୍ତ୍ରୀଙ୍କ ମାରାଥନ ରୋଡ ସୋ

104

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ ମାରାଥନ ରୋଡ ସୋ । ଆସ୍କା ଲୋକସଭା କ୍ଷେତ୍ରରେ ଗତକାଲି ରୋଡ ସୋ ପରେ ଆଜି ଫୁଲବାଣୀର ତୁମୁଡିବନ୍ଧ, ଗଂଜାମର ସୋରଡା ଓ ନୟାଗଡର ଦଶପଲ୍ଲାରେ ବୁଲିବ ବିଜେଡି ସୁପ୍ରିମୋଙ୍କ ହାଇଟେକ ବସ । ମୁଖ୍ୟମନ୍ତ୍ରୀଙ୍କ ଝଲକ ପାଇବା ପାଇଁ ବିିଭିନ୍ନ ସ୍ଥାନରେ ଲୋକଙ୍କ ପ୍ରବଳ ଭିଡ ଜମୁଛି । ଉଭୟ ଲୋକସଭା ଓ ବିଧାନସଭା ଆସନରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ମାଗିବେ ଭୋଟ ମାଗିବେ ନବୀନ ।

ନିର୍ବାଚନି ପ୍ରଚାର ରୋଡ ସୋ ବେଳେ ମୁଖ୍ୟତ ୩ଟି ବିନ୍ଦୁ ଉପରେ ଫୋକସ କରୁଛନ୍ତି ବଜେଡି ସୁପ୍ରିମୋ । ମହିଳାଙ୍କୁ ବିଜେଡି ଅଗ୍ରାଧିକାର ଦେଇଛି, ମା ମାନେ ହେଉଛନ୍ତି ବିକାଶର ପ୍ରକୃତ ଡବଲ ଇଂଜିନ, କାଳିଆ ଯୋଜନାକୁ କେହି ରୋକିପାରିବେ ନାହିଁ ଏବଂ ଏହି ଯୋଜନାରୁ କେହି ଯୋଗ୍ୟ ଚାଷୀ ବଂଚିତ ହେବେ ନାହିଁ ବୋଲି ନବୀନ ବାରମ୍ବାର କହି ଆସୁଛନ୍ତି । ସେହିପରି ନିର୍ବାଚନ ବେଳେ କେନ୍ଦ୍ରୀୟ ନେତାଙ୍କ ଦେଖାମିଳୁଥିବା ପ୍ରତିପକ୍ଷଙ୍କୁ ଟାର୍ଗେଟ କରୁଛନ୍ତି ।