ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ୭୫ ବର୍ଷରେ ପାଦ ଥାପିଲେ ବିଜେଡି ସୁପ୍ରିମୋ : ଦୁଇ ଦଶନ୍ଧି ଧରି କ୍ଷମତା ବଳୟରେ  ଥାଇ ସାଜିଲେଣି ଲୋକଙ୍କ ନେତା 

Advertisment
ରାଉରକେଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ :  ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପାନୀୟ ଜଳ ଆଦି ୧୪ଟି ପ୍ରକଳ୍ପ ପାଇଁ ୪ ହଜାର ୯୧୫ କୋଟି ପ୍ରକଳ୍ପର ଶୁଭାରମ୍ଭ କରିବେ ନବୀନ 

କନକ ବ୍ୟୁରୋ : ୧୯୯୭ରେ ପ୍ରତିଷ୍ଠା ହୋଇଥିବା ଆଂଚଳିକ ଦଳ ବିଜେଡିକୁ ଯେତିକି ବର୍ଷ, ଏହାର ସଭାପତି ଭାବେ ନବୀନଙ୍କ କାର୍ଯ୍ୟକାଳ ମଧ୍ୟ ସେତିକି ଲମ୍ବା । ଆସିକା ଉପନିର୍ବାଚନରେ ବିଜୟ ଲାଭ ପରେ ଦିନଟିଏ ହେଲେ ବି ସେ କ୍ଷମତା ରାଜନୀତିର ବଳୟରୁ ବାହାରକୁ ବାହାରି ନାହାନ୍ତି ।

ବିଗତ ଦୁଇ ଦଶକର ରାଜନୀତିରେ ଶଂଖ ଦଳର ସୁପ୍ରିମୋ ଯେଉଁ ସଫଳତାର ଉଚ୍ଚକୁ ଛୁଇଁଛନ୍ତି, ଭାରତୀୟ ରାଜନୀତି ଇସିହାସରେ କାଁ ଭାଁ କେହି ଏଭଳି ସଫଳତାର ଅଧିକାରୀ ହୋଇଥିବେ ।

ନବୀନଙ୍କୁ ୫୧ ବର୍ଷ ହେଲାବେଳକୁ ସେ ଥିଲେ ରାଜନୀତିରେ ଶ୍ରୀଅକ୍ଷର ବିବର୍ଜିତ । ହେଲେ ଆଜି ୭୪ ପୁରିଲା ବେଳକୁ ସେ ଦେଶର ଆଗଧାଡିର ଜଣେ ରାଜନେତା । ଏବଂ ରାଜ୍ୟ ରାଜନୀତିର ଅଦ୍ୱିତୀୟ ନେତା । ଆଜି ଓଡିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe