କନକ ବ୍ୟୁରୋ : ୧୯୯୭ରେ ପ୍ରତିଷ୍ଠା ହୋଇଥିବା ଆଂଚଳିକ ଦଳ ବିଜେଡିକୁ ଯେତିକି ବର୍ଷ, ଏହାର ସଭାପତି ଭାବେ ନବୀନଙ୍କ କାର୍ଯ୍ୟକାଳ ମଧ୍ୟ ସେତିକି ଲମ୍ବା । ଆସିକା ଉପନିର୍ବାଚନରେ ବିଜୟ ଲାଭ ପରେ ଦିନଟିଏ ହେଲେ ବି ସେ କ୍ଷମତା ରାଜନୀତିର ବଳୟରୁ ବାହାରକୁ ବାହାରି ନାହାନ୍ତି ।

Advertisment

ବିଗତ ଦୁଇ ଦଶକର ରାଜନୀତିରେ ଶଂଖ ଦଳର ସୁପ୍ରିମୋ ଯେଉଁ ସଫଳତାର ଉଚ୍ଚକୁ ଛୁଇଁଛନ୍ତି, ଭାରତୀୟ ରାଜନୀତି ଇସିହାସରେ କାଁ ଭାଁ କେହି ଏଭଳି ସଫଳତାର ଅଧିକାରୀ ହୋଇଥିବେ ।

ନବୀନଙ୍କୁ ୫୧ ବର୍ଷ ହେଲାବେଳକୁ ସେ ଥିଲେ ରାଜନୀତିରେ ଶ୍ରୀଅକ୍ଷର ବିବର୍ଜିତ । ହେଲେ ଆଜି ୭୪ ପୁରିଲା ବେଳକୁ ସେ ଦେଶର ଆଗଧାଡିର ଜଣେ ରାଜନେତା । ଏବଂ ରାଜ୍ୟ ରାଜନୀତିର ଅଦ୍ୱିତୀୟ ନେତା । ଆଜି ଓଡିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ।