ଆଜି ନୂଆଖାଇ, ଉତ୍ସବ ମୁଖର ପଶ୍ଚିମ ଓଡିଶା । ମା’ ସମଲେଶ୍ୱରୀଙ୍କ ପାଖରେ ଲାଗି ହେବ ନବାନ୍ନ

Advertisment
ଆଜି ନୂଆଖାଇ, ଉତ୍ସବ ମୁଖର ପଶ୍ଚିମ ଓଡିଶା । ମା’ ସମଲେଶ୍ୱରୀଙ୍କ ପାଖରେ ଲାଗି ହେବ ନବାନ୍ନ

କନକ ବ୍ୟୁରୋ : ନୂଆଁଖାଇ ଜୁହାର । ଆଜି ଶ୍ରଦ୍ଧା ଓ ଉତ୍ସାହର ସହ ପାଳିତ ହେଉଛି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ । ସେଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି । ସମଗ୍ର ପଶ୍ଚିମ ଓଡ଼ିଶାର ପୁରପଲ୍ଲୀ ଉତ୍ସବ ମୁଖର ହୋଇଉଠିଛି । ଦୂରଦୂରାନ୍ତ ରହୁଥିବା ପରିବାର ଲୋକ ଗାଁକୁ ଫେରିଛନ୍ତି । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପାଖରେ ବିଶେଷ ପୂଜାର୍ଚ୍ଚନା କରାଯିବ । ସକାଳ ୧୦ଟା ୫ ମିନିଟରୁ ୧୦ଟା ୨୦ ମିନିଟ୍ ମଧ୍ୟରେ ମା’ ସମଲେଶ୍ୱରୀଙ୍କ ପାଖରେ ନବାନ୍ନ ଲାଗି ହେବ ।

ନୂଆଖାଇ ପାଇଁ ବଲାଙ୍ଗୀର, ସୁନ୍ଦରଗଡ଼, ବରଗଡ଼, କଳାହାଣ୍ଡି, ନୂଆପଡ଼ା ସମେତ ସମଗ୍ର ପଶ୍ଚିମ ଓଡ଼ିଶା ଉତ୍ସବମୁଖର ହୋଇଉଠିଛି । ନୂଆ ପୋଷାକ ପିନ୍ଧି ନବାନ୍ନ ଗ୍ରହଣ ସହ ବନ୍ଧୁ ପରିଜନଙ୍କୁ ଶୁଭ ମନାସିବେ ଶ୍ରଦ୍ଧାଳୁ । ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ସଂଗଠନ ନୂଆଖାଇ ଭେଟଘାଟ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe