ନିର୍ଭୟା ଦୋଷୀଙ୍କୁ କେବେ ମିଳିବ ଫାଶୀ । ଦୋଷୀଙ୍କୁ ଅଲଗା ଅଲଗା ଫାଶୀ ଦେବା ପାଇଁ କେନ୍ଦ୍ର ସରକାରଙ୍କ ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି

Advertisment
ଘୁଂଚି ଘୁଂଚି ଯାଉଛି ନିର୍ଭୟା ଦୋଷୀଙ୍କ ଫାଶୀ ତାରିଖ । ଆସନ୍ତାକାଲି କେନ୍ଦ୍ର ଆବେଦନ ଉପରେ ସୁପ୍ରିମକୋର୍ଟରେ ଶୁଣାଣୀ । ସେପଟେ ଖାରଜ ହେଲା ବିନୟର ପିଟିସନ

କନକ ବ୍ୟୁରୋ : ନିର୍ଭୟା ମାମଲାରେ ଦୋଷୀଙ୍କୁ ଅଲଗା ଅଲଗା ଫାଶୀ ଦେବା ପାଇଁ କେନ୍ଦ୍ର ସରକାରଙ୍କ ଆବେଦନ ଉପରେ ଆଜି ସୁପ୍ରିମକୋର୍ଟ ଶୁଣାଣିକରିବେ । ସୁପ୍ରିମକୋର୍ଟ ଦୋଷୀ ପବନ ପକ୍ଷରୁ ଦଲିଲ ରଖିବା ପାଇଁ ପୂର୍ବ ବିଚାରପତି ତଥା ବରିଷ୍ଠ ଆଇନଜୀବୀ ଅଂଜନା ପ୍ରକାଶଙ୍କୁ ଏମିକସ୍ ନିଯୁକ୍ତି ଦେଇଛନ୍ତି ।

ଦୋଷୀମାନଙ୍କୁ ଭିନ୍ନ ଭିନ୍ନ ସମୟରେ ଫାଶୀ ଦେବା ପାଇଁ କେନ୍ଦ୍ର ସରକାରଙ୍କ ଆବେଦନ ଉପରେ ଆଜି ସୁଦ୍ଧା ଜବାବ ଦାଖଲ ପାଇଁ ସୁପ୍ରିମକୋର୍ଟ ୪ଜଣ ଦୋଷୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଗତକାଲି ଶୁଣାଣି ବେଳେ ଦୋଷୀ ବିନୟ ଶର୍ମା ଫାଶୀ ତାରିଖ ଟାଳିବା ପାଇଁ ଆବେଦନ କରିବା ସହ ନିଜ ସମ୍ପର୍କରେ କିଛି ତଥ୍ୟ ରଖିଥିଲା । ସେ କହିଥିଲା ଯେ, ସେ ଆଇନର ଛାତ୍ର ଥିଲା ଏବଂ କଂଗ୍ରେସର କାର୍ଯ୍ୟକର୍ତା ମଧ୍ୟ ଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe