ମୁଖ୍ୟମନ୍ତ୍ରୀଙ୍କ ମିଶନ ପଶ୍ଚିମ ଓଡିଶା । ବରଗଡରେ ସାଧାରଣ ସଭା, କଂଟାବାଞ୍ଜି, ଟିଟିଲାଗଡ, ସଇଁତଳାରେ କରିବେ ରୋଡ ଶୋ

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ବରଗଡରେ ପ୍ରଚାର କରିବେ

131

କନକ ବ୍ୟୁରୋ : ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ବରଗଡରେ ପ୍ରଚାର କରିବେ । ପୂର୍ବାହ୍ନ ସାଢେ ୧୦ଟା ବେଳେ ପଦ୍ମପୁର ସତିଭଟାରେ ହେଲିକପ୍ଟର ଯୋଗେ ପହଂଚିବେ ମୁଖ୍ୟମନ୍ତ୍ରୀ । ଏହାପରେ ଅତାବିରାରରେ ଆୟୋଜିତ ସାଧାରଣ ସଭାରେ ସାମିଲ ହୋଇ ଜନତାଙ୍କୁ ସମ୍ବୋଧିତ କରିବେ । ପରେ ପଦ୍ମପୁରରେ ପ୍ରଚାର କରିବା ପରେ ବଲାଙ୍ଗିରରେ ପାଟଣାଗଡରେ ଆୟୋଜିତ ସଭାକୁ ସମ୍ବୋଧିତ କରିବା କାର୍ଯ୍ୟକ୍ରମ ରହିଛି । ତେବେ ଏହି କାର୍ଯ୍ୟକ୍ରମ ସରିବା ପରେ ପୁଣି ଥରେ ବେଲପଡାରୁ ରୋଡ ସୋ କରିବେ ବିଜେଡି ସୁପ୍ରିମୋ । ବେଲପଡାରୁ କଂଟାବାଞ୍ଜି, ବଙ୍ଗୋମୁଣ୍ଡା, ହଲରଦି ଟିଟିଲାଗଡ, ବେଲଗାଁ, ବଲାଙ୍ଗିର, ଲୋଇସିଂହାରେ ରୋଡ ସୋ କରିବେ ।

ତେବେ ନିର୍ବାଚନକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନିଜ ପ୍ରଚାର କାର୍ଯ୍ୟକୁ ଜୋରଦାର କରିଛନ୍ତି । ବିଭିନ୍ନ ନିର୍ବାଚନମଣ୍ଡଳିକୁ ଗସ୍ତ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗୁଛନ୍ତି ନବୀନ । ପ୍ରଚାର ସମୟରେ ହାଇଟେକ ବସରେ ସାଧାରଣ ଲୋକଙ୍କୁ ଅଭିବାଦନ ଜଣାଉଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଏହି ଗସ୍ତ ଅବସରରେ ବରଗଡରେ ମୁଖ୍ୟମନ୍ତ୍ରୀ ରାତ୍ରି ଯାପନ କରିବା କାର୍ଯ୍ୟସୂଚୀ ରହିଥିବା ନେଇ ସୂଚନା ମିଳିଛି ।