ଶନିବାର ପାଟକୁରା ନିର୍ବାଚନ !  ଆଜି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ

Advertisment
ଶନିବାର ପାଟକୁରା ନିର୍ବାଚନ !  ଆଜି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ
କନକ ବ୍ୟୁରୋ : ପାଟକୁରା ନିର୍ବାଚନ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହେଲିକପ୍ଟରରେ ବାରିମୂଳରେ ଓହ୍ଲାଇବା ପରେ ସ୍ବତନ୍ତ୍ର ହାଇଟେକ୍ ବସରେ ମୁଖ୍ୟମନ୍ତ୍ରୀ ଗରଦପୁର, ଡେରାବିଶ ଓ ମାର୍ଶାଘାଇର ବିଭିନ୍ନ ଅଞ୍ଚଳରେ ପ୍ରଚାର କରିବେ। ଏଥିପାଇଁ ବିଜେଡି ପକ୍ଷରୁ ସବୁ ପ୍ରକାର ପ୍ରସ୍ତୁତି ପର୍ବ ଶେଷ ହୋଇଛି। ନବୀନଙ୍କ ହାଇଟେକ ବସ୍ ପ୍ରଚାର ପାଟକୁରାରେ ବିଜେଡିର ବିଜୟ ଉପରେ ଶେଷ ମୋହର ଲଗାଇବ ବୋଲି ଦଳୀୟ ନେତା ଓ କର୍ମୀ ଦୃଢ ବିଶ୍ବାସ ରଖିଛନ୍ତି। ଅନ୍ୟପଟେ ପାଟକୁରାରେ ବିଜେଡିର ନେତା ଓ କର୍ମୀଙ୍କ ଭିଡ଼ ଜମିଥିବା ବେଳେ ୧୮ ତାରିଖ ସଂଧ୍ୟାରେ ନିର୍ବାଚନ ପ୍ରଚାର ଶେଷ ପର୍ଯ୍ୟନ୍ତ ପଂଚାୟତ ଆଉ ୱାର୍ଡ ନ ଛାଡିବାକୁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
publive-imageମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଦଳରେ ରହିଥିବା ଗୋଷ୍ଠୀ କନ୍ଦଳକୁ ଯଥା ସମ୍ଭବ ସମାଧାନ କରିବାକୁ ଉଦ୍ୟମ କରାଯାଇଛି। ବିଶେଷ କରି ଡେରାବିଶ ଅଞ୍ଚଳରେ ଉଭୟ ପଟଙ୍କୁ ଏକାଠି କରିବାର ଉଦ୍ୟମ କରିଛନ୍ତି ଦଳର ବରିଷ୍ଠ ନେତା। ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ବିଜୟ ପାଇଁ ବିଜେଡି ପକ୍ଷରୁ ପ୍ରଚାରରେ ତିନି ପ୍ରକାର ରଣନୀତି ପ୍ରସ୍ତୁତ କରାଯାଇଛି। ଗୋଟିଏ କାର୍ଯ୍ୟକ୍ରମ ମହିଳା ମାନଙ୍କୁ ନେଇ ବିଭିନ୍ନ ୱାର୍ଡ ଓ ପଂଚାୟତରେ ଆୟୋଜନ ହେଉଥିବା ବେଳେ ଅନ୍ୟ କାର୍ଯ୍ୟକ୍ରମ ଯୁବ ଓ ଛାତ୍ର ବିଜେଡି କର୍ମୀଙ୍କୁ ନେଇ ଆୟୋଜନ ହେଉଛି। ଏହାସହିତ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କ ପାଖରେ ପହଞ୍ଚିବାର ଉଦ୍ୟମ ହେଉଛି। ଦଳର ବରିଷ୍ଠ ନେତାମାନେ ବିଭିନ୍ନ ଅଞ୍ଚଳରେ ଡେରା ପକାଇ ଏହି କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି।
ଶାସକ ଦଳର ନେତା, ମନ୍ତ୍ରୀ, ସାଂସଦ, ବିଧାୟକ ଓ ବରିଷ୍ଠ ନେତା ପ୍ରଚାର ଅଭିଯାନକୁ ଜୋରଦାର କରୁଥିବା ବେଳେ ବିଜେପି ଘରକୁ ଘର ବୁଲି ପ୍ରଚାର ଉପରେ ଅଧିକ ଗୁରୁତ୍ବ ଦେଉଛି। ଯଦିଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡଙ୍ଗୀ, ସାଂସଦ ଅପରାଜିତା ଷଡଙ୍ଗୀ, ବସନ୍ତ ପଣ୍ଡା, ସୁରେଶ ପୂଜାରିଙ୍କ ଭଳି ବହୁ ବରିଷ୍ଠ ନେତା ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ପାଇଁ ପ୍ରଚାର କରି ଯାଇଛନ୍ତି, କିନ୍ତୁ ଶାସକ ଦଳର ଏତେ ସଂଖ୍ୟକ ଲୋକ ପ୍ରତିନିଧିଙ୍କୁ ଟକ୍କର ଦେଇ ହାୱା କରିବା ସ୍ଥିତିରେ ବିଜେପି ନାହିଁ ବୋଲି ଦଳୀୟ ନେତାମାନେ ବି ଅନୁଭବ କରୁଛନ୍ତି। ତେଣୁ ବିଜେପିର କର୍ମୀଙ୍କ ସମେତ ଦଳ ସହିିତ ସଂପୃକ୍ତ ବିଭିନ୍ନ ଛାମୁଆ ସଂଗଠନର ନେତା ଓ କର୍ମୀ ଏବେ ସିଧାସଳଖ ଭୋଟରଙ୍କ ନିକଟରେ ପହଞ୍ଚିବାର ରଣନୀତିକୁ ଅଧିକ ଗୁରୁତ୍ବ ଦେଉଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ପରେ ଭୋଟ ଗ୍ରହଣର ପୂର୍ବ ୪୮ ଘଣ୍ଟା ବିଶେଷ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ଉଭୟ ଦଳ ବୁଥ ସ୍ତରରେ ପାହି ଜଗିବା ପାଇଁ ନେତା ଓ କର୍ମୀଙ୍କ ମଧ୍ୟରେ ଦାୟିତ୍ବ ବଣ୍ଟନ କରିଛନ୍ତି। ଏହି ଶେଷ ୪୮ ଘଣ୍ଟାକୁ ଯେଉଁ ଦଳ ଯେତେ ସଫଳତାର ସହ ବିନିଯୋଗ କରିପାରିବ, ତା’ ସପକ୍ଷରେ ହିଁ ଫଳାଫଳ ଯିବା ଏକ ପ୍ରକାର ଥୟ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe