କନକ ବ୍ୟୁରୋ : ଆଜି ମହାପ୍ରଭୁଙ୍କୁ ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ କାଳିଆଧାମ ଯିବେ ନବୀନ । ମଧ୍ୟାହ୍ନ ୧୨ଟା ସମୟରେ ଶ୍ରୀମନ୍ଦିରରେ ମନ୍ଦିରରେ ପହଞ୍ଚିବା ପରେ ମହାପ୍ରଭୁଙ୍କ ଦର୍ଶନ କରିବେ । ମନ୍ଦିର ଭିତରେ ପ୍ରାୟ ୨୦ରୁ ୩୦ ମିନିଟ୍ ସମୟ ବିତାଇବା ପରେ ପୁରୀରେ କିଛି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏହାପରେ ପୁଣିଥରେ ଭୁବନେଶ୍ୱରକୁ ଫେରି ଆସିବେ ମୁଖ୍ୟମନ୍ତ୍ରୀ ।
ପ୍ରତିବର୍ଷ ନୂଆବର୍ଷରେ ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିଥାନ୍ତି ନବୀନ । କିନ୍ତୁ ଚଳିତ ଥର ଭିଣୋଇଙ୍କ ଦେହାନ୍ତ କାରଣରୁ ନୂଆବର୍ଷରେ ପୁରୀ ଯାଇ ପାରିନଥିଲେ କି ମହାପ୍ରଭୁଙ୍କ ଦର୍ଶନ କରିପାରିନଥିଲେ । ତେବେ ଆଜି ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ ନବୀନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/01/NaveenPuri-JAGA.jpg)