୧୯ ଦିନ ପରେ ଆଜି ଖୋଲିବ ନନ୍ଦନକାନନ ! ବୈଷିୟିକ କମିଟିର ଗ୍ରୀନ ସୀଗନାଲପରେ ନିଆଗଲା ନିଷ୍ପତ୍ତି

Advertisment
୧୯ ଦିନ ପରେ ଆଜି ଖୋଲିବ ନନ୍ଦନକାନନ  ! ବୈଷିୟିକ କମିଟିର ଗ୍ରୀନ ସୀଗନାଲପରେ ନିଆଗଲା ନିଷ୍ପତ୍ତି

image courtesy -http://pragativadi.com

କନକ ବ୍ୟୁରୋ : ବାତ୍ୟା ‘ଫନି’ ପରେ ବନ୍ଦ ରହିଥିବା ନନ୍ଦନକାନନ ଆଜି ଖୋଲିବ। ସୋମବାର ବୈଷୟିକ କମିଟିର ସଦସ୍ୟମାନେ ନନ୍ଦନକାନନ ପରିସର ବୁଲି ସ୍ଥିତି ଯାଞ୍ଚ କରି ସବୁଜ ସଂକେତ ଦେବା ପରେ ଏପରି ନିଷ୍ପତ୍ତି ନିଆଯାଇଛି। କମିଟିର ଅଧ୍ୟକ୍ଷ ଏସ୍ କେ ରାୟ, ସଦସ୍ୟ ଏସ୍ ମହାପାତ୍ର, ଡ. ଜେ ଏନ୍ ମହାନ୍ତି, ଡ. ଏଲ୍ ଏନ୍ ଆଚାର୍ଯ୍ୟ, ନନ୍ଦନକାନନ ବାୟୋଲୋଜିକାଲ ପାର୍କର ନିର୍ଦେଶକ ତଥା କମିଟି ସଦସ୍ୟ ଏସ. ପଲ, କେନ୍ଦ୍ରୀୟ ବନ୍ୟପ୍ରାଣୀ ସ୍ବାସ୍ଥ୍ୟ ସଂଯୋଜକ ତଥା ଓୟୁଏଟିର ପ୍ରଫେସର ନିରଞ୍ଜନ ସହୁ, ଓୟୁଏଟି ଅସ୍ଥିଶଲ୍ୟ ବିଭାଗର ମୁଖ୍ୟ ପ୍ରଫେସର ଡା. ଇନ୍ଦ୍ରମଣି ନାଥ, ପାଥୋଲୋଜି ବିଭଗର ମୁଖ୍ୟ ଡା. ଏସ୍ କେ ପଣ୍ତା ପ୍ରମୁଖ ନନ୍ଦନକାନନର ଉପନିର୍ଦେଶକ ଜୟନ୍ତ ଦାସ, ବରିଷ୍ଠ ଚିକିତ୍ସକ ଡା. ଆଲୋକ କୁମାର ଦାସ, ଡା. ଦେବଦତ୍ତ ମହାପାତ୍ର, ଡ. ଶରତ କୁମାର ସାହୁ, ନନ୍ଦନକାନନର କ୍ୟୁରେଟର୍ ଅଞ୍ଜନ କୁମାର ମହାନ୍ତି, ଜନ୍ତୁ ବିଭାଗ ରେଞ୍ଜ ଅଫିସର ଅଶୋକ କୁମାର ଦାସଙ୍କ ସହ ଜୀବଜନ୍ତୁଙ୍କ ଖୁଆଡ଼ ବୁଲି ଦେଖିଥିଲେ।

publive-imageସେମାନେ ଖୁଆଡ଼ର ସ୍ଥିତି ଯାଞ୍ଚ କରିବା ସହିତ ଖାଦ୍ୟ ଓ ପାନୀୟ ସମ୍ପର୍କରେ ପଚାରି ବୁଝିଥିଲେ। ତେବେ କୁମ୍ଭୀରମାନେ ରହୁଥିବା ଜଳାଶୟର ପାଣିକୁ ବଦଳାଇବାକୁ ପରାମର୍ଶ ଦେଇଥିଲେ। ଶେଷରେ ନନ୍ଦନକାନନ ପାନ୍ଥନିବାସରେ ବୈଠକ କରି ଆବଶ୍ୟକ ପରାମର୍ଶ ଦେବାପରେ ମଙ୍ଗଳବାର ନନ୍ଦନକାନନ ଖୋଲିବାକୁ ସହମତି ଜଣାଇ ପ୍ରତ୍ୟାବର୍ତ୍ତନ କରିଥିଲେ। ନନ୍ଦନକାନନ ନିର୍ଦେଶକ ଶ୍ରୀ ଦାସଙ୍କ ଘୋଷଣା ପରେ ବାତ୍ୟାର ୧୯ ଦିନ ପରେ ନନ୍ଦନକାନନ ପ୍ରାଣୀ ଓ ଉଦ୍ଭିଦ ଉଦ୍ୟାନ ଖୋଲାଯିବ। କ୍ରମାଗତ ଭାବେ ଏତେଦିନ ଧରି ବନ୍ଦ ରହିବା ନନ୍ଦନକାନନ ଇତିହାସ ପାଇଁ ପ୍ରଥମ ଘଟଣା ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe