ଭକ୍ତଙ୍କ ଦର୍ଶନ ଲାଗି ସକାଳୁ ଖୋଲିଲା ସାବରୀମାଲା ମନ୍ଦିର ! ଠାକୁରଙ୍କୁ ଦର୍ଶନ କରିବା ଲାଗି ଭକ୍ତଙ୍କ ଜମିଛି ଭିଡ

Advertisment
ଭକ୍ତଙ୍କ ଦର୍ଶନ ଲାଗି ସକାଳୁ ଖୋଲିଲା ସାବରୀମାଲା ମନ୍ଦିର ! ଠାକୁରଙ୍କୁ ଦର୍ଶନ କରିବା ଲାଗି ଭକ୍ତଙ୍କ ଜମିଛି ଭିଡ

କନକ ବ୍ୟୁରୋ : ରବିବାର ସକାଳ ପ୍ରାୟ ୫ଟା ବେଳେ ଭକ୍ତମାନଙ୍କ ପାଇଁ ଆନୁଷ୍ଠାନିକ ଭାବେ ଖୋଲିଛି ସାବରିମାଲା ମନ୍ଦିର। ବାର୍ଷିକ ମଣ୍ଡଳ-ମକରଭିଲାକ୍କୁ ପୂଜା ନିମନ୍ତେ ଶନିବାର ଠାରୁ ଭକ୍ତ ଆସି ସେଠାରେ ପହଞ୍ଚିଛନ୍ତି। ନୀଳକାଲ ବେସ୍ କ୍ୟାମ୍ପ୍ ଠାରେ ଅପେକ୍ଷା କରିବା ପରେ ଯାତ୍ରୀମାନଙ୍କୁ ପମ୍ବା ବେସ୍ କ୍ୟାମ୍ପ୍କୁ ପଠାଯାଇଛି।

ସାବରିମାଲା ମନ୍ଦିର ଠାରୁ ପାହାଡ଼ ତଳଆଡ଼କ ୬ କିଲୋମିଟର ତଳେ ଅବସ୍ଥିତ ପମ୍ବା ବେସ୍ କ୍ୟାମ୍ପ୍ରୁ ୧୦ ରୁ ୫୦ ବର୍ଷ ବୟସ ମଧ୍ୟର ୧୦ ଜଣ ନାରୀଙ୍କୁ ପୁଲିସ ଫେରାଇ ଦେଇଥିଲା। ପରେ ପତନାମତ୍ତିତ ଜିଲ୍ଲାପାଳ ପିବି ନୂହ ସ୍ପଷ୍ଟିକରଣ ଦେଇ କହିଥିଲେ କି, ସେ ନାରୀମାନେ ସାବରିମାଲା ମନ୍ଦିରରେ ପୂଜାର୍ଚ୍ଚନା କରିବା ଉଦ୍ଦେଶ୍ୟରେ ଆସି ନ ଥିଲେ।

ଗଣମାଧ୍ୟମକୁ ଜିଲ୍ଲାପାଳ କହିଛନ୍ତି: ଦକ୍ଷିଣ ଭାରତର ଗୁଡ଼ାଏ ମନ୍ଦିର ଦର୍ଶନ କରୁଥିବା ଦଳେ ଯାତ୍ରୀଙ୍କ ସହ ସେ ନାରୀମାନେ ଆସିଥିଲେ। ଏଠାରେ ପହଞ୍ଚିବା ପରେ ସେମାନେ ଜାଣିଲେ ଯେ ମନ୍ଦିରର ପ୍ରଥାନୁସାରେ ଏଠାକୁ ନାରୀମାନଙ୍କୁ ବାରଣ କରାଯାଉଛି। ତେଣୁ ସେମାନେ ଆପଣାଛାଏଁ ଲେଉଟିଗଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe