ଆଜି ମୋଦି-ଟ୍ରମ୍ପ ଦ୍ୱିପାକ୍ଷିକ ଆଲୋଚନା ! ଅପରାହ୍ମ ୧୨.୧୫ରେ ଆମେରିକା ରାଷ୍ଟ୍ରପତିଙ୍କୁ ଭେଟିବେ ମୋଦି

278

କନକ ବ୍ୟୁରୋ : ଆଜି ଆମେରିକା ରାଷ୍ଟ୍ରପତିଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କେବଳ ଭେଟିବ ନୁହେଁ ବରଂ ଉଭୟ ଦେଶର ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ କରିବେ । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ସ୍ଥାନୀୟ ସମୟ ଅପରାହ୍ମ ୧୨.୧୫ରେ ଟ୍ରମ୍ପଙ୍କୁ ଭେଟିବାର ରହିଛି କାର୍ଯ୍ୟକ୍ରମ । ହଷ୍ଟନରେ ହେଉଥିବା ‘ହାଓଡି ମୋଦି’ କାର୍ଯ୍ୟକ୍ରମର ଠିକ୍ ପରଦିନ ମୋଦୀ ଓ ଟ୍ରମ୍ପଙ୍କର ଏହି ବୈଠକ ହେବାକୁ ଯାଉଛି। ଆମେରିକା ଓ ଭାରତର ସଂପର୍କକୁ ଏକ ନୂଆ ଉଚ୍ଚତାକୁ ନେଇଯିବା ସଂପର୍କରେ କଥା ହୋଇ ବିଶ୍ୱର ଦୁଇଟି ବଡ଼ ଲୋକତନ୍ତ୍ରର ନେତା ମୋଦି ଓ ଟ୍ରମ୍ପ ଳଜବାୟୁ ପରିବର୍ତ୍ତନ, ଆତଙ୍କବାଦ୍, ଶକ୍ତି ଓ ବ୍ୟାପାର ପ୍ରସଂଗରେ ଆଲୋଚନା କରିଛନ୍ତି।

କାର୍ଯ୍ୟକ୍ରମରେ ମୋଦି ଓ ଟ୍ରମ୍ପଙ୍କ ବନ୍ଧୁତ୍ୱ ସ୍ପଷ୍ଟ ଦିଶୁଥିଲା। ଗତକାଲି କାର୍ଯ୍ୟକ୍ରମରେମୋଦି ଓ ଟ୍ରମ୍ପଙ୍କୁ ଯେପରି ଘନିଷ୍ଠ ହେବାର ଦେଖିବାକୁ ମିଳିଥିଲା ଏପରି ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା। ଏହାବ୍ୟତୀତ ୨୦୨୦ରେ ହେବାକୁ ଥିବା ଆମେରିକା ନିର୍ବାଚନର ପ୍ରଚାର କରି ମୋଦି କହିଥିଲେ, ‘ଅବକି ବାର ଟ୍ରମ୍ପ ସରକାର।’