କନକ ବ୍ୟୁରୋ : ଗୁରୁବାର ଦିନ ପୂର୍ବାହ୍ନ ୧୧ଟା ୪୫ରେ ରାଜ୍ୟ ମନ୍ତ୍ରୀ ପରିଷଦର ବୈଠକ ବସିବ। ସଚିବାଳୟରେ ହେବାକୁ ଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିବେ। ବୈଠକର ଏଜେଣ୍ଡା ସମ୍ପର୍କରେ ଜଣାପଡ଼ିନି। ବଜେଟ୍ ଅଧିବେଶନ ପୂର୍ବରୁ ମନ୍ତ୍ରୀ ପରିଷଦ ବୈଠକ ଡକାଯାଇ ୨୦୧୯-୨୦ ପୂର୍ଣ୍ଣାଙ୍ଗ ବଜେଟ୍କୁ ଅନୁମୋଦନ ଦିଆଯାଇଥିଲା। ତେବେ ବଜେଟ୍ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ୧୨ ତାରିଖରୁ ଆରମ୍ଭ ହେଉଥିଲା ବେଳେ ହଠାତ୍ ମନ୍ତ୍ରୀ ପରିଷଦ ବୈଠକ ଡକାଯିବା ନେଇ ଚର୍ଚ୍ଚା ଜୋର୍ ଧରିଛି।
୨୦୧୯-୨୦ର କେନ୍ଦ୍ର ବଜେଟ୍ ଆଗତ ହେଲା ପରେ ରାଜ୍ୟ ବଜେଟର ବ୍ୟୟବରାଦର କିଛି ସଂଶୋଧିତ ପ୍ରସ୍ତାବ ଆସିପାରେ ବୋଲି କୁହାଯାଉଛି। ଏହି ପ୍ରସ୍ତାବକୁ ସମ୍ଭବତଃ ମନ୍ତ୍ରୀ ପରିଷଦ ବୈଠକରେ ଅନୁମୋଦନ ଦିଆଯିବ। ସେହିପରି କାଳିଆ ଯୋଜନା ପାଇଁ ଓଡ଼ିଶା ଆପଦକାଳୀନ ପାଣ୍ଠିରୁ ଅଗ୍ରୀମ ଆକାରରେ ଅର୍ଥ ନିଆଯାଇଥିବାରୁ ତାହାର ବ୍ୟୟ ହିସାବକୁ ଅର୍ଥ ମନ୍ତ୍ରୀ ବିଧାନସଭାରେ ଉପସ୍ଥାପନ କରିବେ। ଏହି ହିସାବକୁ ମନ୍ତ୍ରୀ ପରିଷଦରେ ଗୃହୀତ କରାଯିବାର ସମ୍ଭାବନା ରହିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/05/dc-Cover-2gsnnbd1u20kn66ge9kdurlk67-20190402023843.Medi_.jpeg)