୯ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ କାଳବୈଶାଖୀର ପ୍ରଭାବ ! ୧୦ରୁ ବଢିବ ତାତି, ହାଲକା ପବନ ସହ ହୋଇପାରେ ବର୍ଷା

Advertisment
ଓଡିଶା ଛୁଇଁଛି ମୌସୁମୀ ! ରାଜ୍ୟର ଅଧିକାଂଶ ସ୍ଥାନରେ ଲାଗିରହିଛି ବର୍ଷା
କନକ ବ୍ୟୁରୋ : ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଲାଗିରହିବ କାଳବୈଶାଖୀ। ହାଲକା ବର୍ଷା ସହ ପବନ ହେବ। ବଜ୍ରପାତର ବି ଆଶଙ୍କା ରହିଛି। ରାଜ୍ୟର ସମସ୍ତ ଜିଲ୍ଲାରେ କାଳବୈଶାଖୀ ଓ ବର୍ଷାର ଆଶଙ୍କା କରିଛି ଭାରତୀୟ ପାଣିପାଗ ବିଭାଗ। ସବୁ ସ୍ଥାନରେ ପାଗ କୋହଲା ରହିବ। ଘଡ଼ଘଡ଼ି ହେବାକୁ ଥିବାରୁ ଏଥିପ୍ରତି ସତର୍କତା ଅବଲମ୍ବନ କରିବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ଯେ ୧୦ ତାରିଖ ସକାଳ ପର୍ଯ୍ୟନ୍ତ ଓଡ଼ିଶା ଉପରେ କାଳବୈଶାଖୀ ପ୍ରଭାବ ରହିବ। ଶନିବାର କେତେକ ସ୍ଥାନରେ ତାପମାତ୍ରା ସାମାନ୍ୟ ବଢ଼ିବ। ତେବେ ଅପରାହ୍ଣଠାରୁ ପାଗ ବଦଳିବ।
publive-imageକେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ାରେ ଘଡ଼ଘଡ଼ି ସହ କାଳବୈଶାଖୀ ହୋଇପାରେ। ଏହି ସମୟରେ ବାଲେଶ୍ବର, ଜଗତ୍ସିଂହପୁର, ଯାଜପୁର, ଭଦ୍ରକ, କଟକ, କେନ୍ଦ୍ରାପଡ଼ା, କେନ୍ଦୁଝର, ଢେଙ୍କାନାଳ, ସମ୍ବଲପୁର, ଅନୁଗୁଳ, ଦେବଗଡ଼, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ମୟୂରଭଞ୍ଜ, ନୟାଗଡ଼, ଖୋର୍ଧା, ବୌଦ୍ଧ, ପୁରୀ ଓ ଗଞ୍ଜାମ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଝଡ଼ ହେବାର ଆଶଙ୍କା ରହିଛି। ୯ ତାରିଖ ରାତି ପର୍ଯ୍ୟନ୍ତ ଏଭଳି ପରିସ୍ଥିତି ଉପୁଜିବ। ଏହାପରେ ପାଗରେ ପରିବର୍ତନ ଆସିବ। ତାପମାତ୍ରା ପୁଣିଥରେ ବଢ଼ିବ ବୋଲି କୁହାଯାଇଛି।
publive-imageପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ଯେ ଶନିବାର ଭୁବନେଶ୍ବର ତାପମାତ୍ରା ୪୦ ଡିଗ୍ରି ଛୁଇଁବାର ସମ୍ଭାବନା ରହିଛି। ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ତାପମାତ୍ରା ୫ରୁ ଏକ ଡିଗ୍ରି ବଢ଼ିବ। କିନ୍ତୁ ରବିବାରଠାରୁ ପାଗରେ ପରିବର୍ତନ ହେବ। ଭୁବନେଶ୍ବରରେ ତାପମାତ୍ରା ୨ ଡିଗ୍ରି କମିବାକୁ ଥିବା ବେଳେ କେତେକ ସ୍ଥାନରେ ୩ ଡିଗ୍ରି କମିପାରେ। ତେବେ ୭ରୁ ୯ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ବହୁତ। ଉପକୂଳ ଓଡ଼ିଶାରେ ସୋମବାର ଓ ମଙ୍ଗଳବାର, ପଶ୍ଚିମ ଓଡ଼ିଶାରେ ରବିବାର ଓ ସୋମବାର ଏବଂ ଉତ୍ତର ଓଡ଼ିଶାରେ ମଙ୍ଗଳବାର ଓ ବୁଧବାର କାଳବୈଶାଖୀ ହୋଇପାରେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe