କନକ ବ୍ୟୁରୋ : ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଲାଗିରହିବ କାଳବୈଶାଖୀ। ହାଲକା ବର୍ଷା ସହ ପବନ ହେବ। ବଜ୍ରପାତର ବି ଆଶଙ୍କା ରହିଛି। ରାଜ୍ୟର ସମସ୍ତ ଜିଲ୍ଲାରେ କାଳବୈଶାଖୀ ଓ ବର୍ଷାର ଆଶଙ୍କା କରିଛି ଭାରତୀୟ ପାଣିପାଗ ବିଭାଗ। ସବୁ ସ୍ଥାନରେ ପାଗ କୋହଲା ରହିବ। ଘଡ଼ଘଡ଼ି ହେବାକୁ ଥିବାରୁ ଏଥିପ୍ରତି ସତର୍କତା ଅବଲମ୍ବନ କରିବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ଯେ ୧୦ ତାରିଖ ସକାଳ ପର୍ଯ୍ୟନ୍ତ ଓଡ଼ିଶା ଉପରେ କାଳବୈଶାଖୀ ପ୍ରଭାବ ରହିବ। ଶନିବାର କେତେକ ସ୍ଥାନରେ ତାପମାତ୍ରା ସାମାନ୍ୟ ବଢ଼ିବ। ତେବେ ଅପରାହ୍ଣଠାରୁ ପାଗ ବଦଳିବ।
/kanak/media/post_attachments/wp-content/uploads/2019/02/rain-and-low-nimbostratus-clouds-make-for-a-dull-dreary-day-and-also-complicate-takeoffs-and-landings-at-airports_v18kyq40__F0000.jpg)
/kanak/media/post_attachments/wp-content/uploads/2019/02/rains.jpg)