ଦୀପାବଳି ଧୋଇଦେଲା ଲଘୁଚାପ ବର୍ଷା : ଆସନ୍ତା ୪ ଘଂଟା ମଧ୍ୟରେ ୭ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

49

କନକ ବ୍ୟୁରୋ : ବର୍ଷା ଧୋଇଦେଲା ବାଣ ବ୍ୟବସାୟ । ଦୀପାବଳି ମଧ୍ୟ ଧୋଇ ଦେବାର ଆଶଙ୍କା ରହିଛି । ୨୪ ଘଂଟା ମଧ୍ୟରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିବା ପରେ ଏଭଳି ଆଶଙ୍କ ପ୍ରକାଶ ପାଇଛି । ଆସନ୍ତା ୪ ଘଂଟା ଭିତରେ ରାଜ୍ୟର ୭ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ଗଂଜାମ, ନୟାଗଡ ଓ କେନ୍ଦ୍ରାପଡାରେ ଢାଳିବ ବୋଲି ଜଣାପଡିଛି । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତ ରୂପ ନେବା ପରେ ଏବେ ପୁରୀରୁ ୩୭୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି । ଏହା ଆଜି ରାତି ଓ ଆସନ୍ତାକାଲି ସୁଦ୍ଧା ପୁରୀ-ଚାନ୍ଦବାଲି ଦେଇ ଓଡିଶା ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି । ଏହା ପ୍ରଭାବରେ ଉପକୂଳବର୍ତ୍ତୀ ଅଂଚଳରେ ପ୍ରବଳରୁ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ଦକ୍ଷିଣ ଓଡିଶାରେ ବି ବର୍ଷା ଚେତାବନୀ ଦିଆଯାଇଛି । ଅବପାତ ଏହାର ଦିଗ ବଦଳାଇବା ପରେ ଓଡିଶାରେ ଏହାର ବେଶୀ ପ୍ରଭାବ ପଡିବ । ବର୍ଷା ପରିମାଣ ବି ବଢିବା ସମ୍ଭାବନା ରହିଛି । ପବନର ବେଗ ୪୫ରୁ ୫୫ ପ୍ରତି କିଲୋମିଟର ରହିପାରେ । ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି ।