ଆଜମ ଖାନଙ୍କ ଆପତ୍ତିଜନକ ମନ୍ତବ୍ୟ ପ୍ରସଙ୍ଗ : ଆଜି ସରୁଛି ଭୁଲ ମାଗିବାର ଡେଡଲାଇନ, ଭୁଲ ମାଗିବେ କି ଆଜମ୍

118

କନକ ବ୍ୟୁରୋ : ମହିଳା ସାଂସଦଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇ ବିବାଦରେ ଥିବା ସମାଜବାଦୀ ପାର୍ଟିର ସାଂସଦ ଆଜମ ଖାନଙ୍କ ଉପରେ ଆଜି ହେବ କାର୍ଯ୍ୟାନୁଷ୍ଠାନ । ପୂର୍ବରୁ ଲୋକସଭା ବାଚସ୍ପତି ଓମ୍ ବିର୍ଲା ସ୍ପଷ୍ଟ କରିସାରିଛନ୍ତି ଯେ, ଆଜମ୍ ଖାନ୍ ଭୁଲ୍ ମାଗିବେ, ନହେଲେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ । ଆଜମ୍ ଭୁଲ୍ ମାଗିବା ପାଇଁ ବାଚସ୍ପତି ଆଜି ପର୍ଯ୍ୟନ୍ତ ସମୟ ଦେଇଛନ୍ତି । ଲୋକସଭାରେ ଟ୍ରିପଲ ତଲାକ ଆଲୋଚନା ଚାଲିଥିବା ବେଳେ ଆଜମ୍ ଖାନ୍ ବିଜେପି ସାଂସଦ ରମା ଦେବୀଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଥିଲା ।

ସେହି ସମୟରେ ରମା ଦେବୀ ବାଚସ୍ପତି ଆସନରେ ବସି କିଛି ସମୟ ପାଇଁ ଗୃହ ପରିଚାଳନା କରୁଥିଲେ । ଆଜମଙ୍କ ମନ୍ତବ୍ୟ ପରେ ଗୃହରେ ହଙ୍ଗାମା ହୋଇଥିଲା । ବିଜେପି ସହ ଅଧିକାଂଶ ଦଳର ମହିଳା ସାଂସଦ ଆଜମଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ । ଏହାପରେ ବାଚସ୍ପତି ସବୁ ଦଳର ନେତାଙ୍କ ସହ ଆଲୋଚନା କରି ଭୁଲ୍ ମାଗିବା ପାଇଁ ଆଜମଙ୍କୁ ନିର୍ଦ୍ଦେଶ ଦେଇଥିଲେ ।