ଆଜିି ପ୍ରକାଶ ପାଇବ ଚଳିତ ବର୍ଷର ମାଟ୍ରିକ ଫଳାଫଳ । ଦିନ ସାଢେ ୧୧ଟାରେ ବୋର୍ଡର ୱେବସାଇଟ ଓ ଏସଏମଏସ ମାଧ୍ୟମରେ ରେଜଲ୍ଟ ଦେଖିପାରିବେ ଛାତ୍ରଛାତ୍ରୀ : ସମ୍ବାଦ ହେଲ୍ପ ଲାଇନ୍ ଜରିଆରେ ବି ଜାଣିପାରିବେ ଫଳାଫଳ

436

କନକ ବ୍ୟୁରୋ : ଆଜିି ପ୍ରକାଶ ପାଇବ ଚଳିତ ବର୍ଷର ମାଟ୍ରିକ ଫଳାଫଳ । ଦିନ ସାଢେ ୧୧ଟାରେ ବୋର୍ଡର ୱେବସାଇଟ ଓ ଏସଏମଏସ ମାଧ୍ୟମରେ ଛାତ୍ରଛାତ୍ରୀ ସେମାନଙ୍କ ରେଜଲ୍ଟ ଦେଖିପାରିବେ । ୱେବସାଇଟ- ଡବ୍ଲୁଡବ୍ଲୁଡବ୍ଲୁ ଡଟ୍ ବିଏସ୍ଇଓଡ଼ିଶା ଏସି ଡଟ୍ ଇନ୍ ଏବଂ ଡବ୍ଲୁଡବ୍ଲୁଡବ୍ଲୁ ଡଟ୍ ବିଏସ୍ଇଓଡ଼ିଶା ଏନ୍ଆଇସି ଡଟ୍ ଇନରେ ଫଳାଫଳ ଦେଖିପାରିବେ ଛାତ୍ରଛାତ୍ରୀ । ଚଳିତ ବର୍ଷ ରାଜ୍ୟରେ ପ୍ରାୟ ୫ ଲକ୍ଷ ୬୦ ହଜାର ପରୀକ୍ଷାର୍ଥୀ ୨୮ ଶହ ୮୮ କେନ୍ଦ୍ରରେ ପରୀକ୍ଷା ଦେଇଥିଲେ ।

୬୦ଟି କେନ୍ଦ୍ରରେ ମୂଲ୍ୟାୟନ ହୋଇଥିଲା । ଫେବୁଆରୀ ୧୯ରୁ ମାର୍ଚ୍ଚ ୨ ଯାଏଁ ମାଟ୍ରିକ ପରୀକ୍ଷା ହୋଇଥିଲା । ମାର୍ଚ୍ଚ ୧୯ ତାରିଖରେ ମାଟ୍ରିକ ଖାତାଦେଖା ଆରମ୍ଭ ହୋଇଥିଲା । କିନ୍ତୁ କରୋନା ମହାମାରୀ ଯୋଗୁ ଗୋଟିଏ ଦିନ ପରେ ଖାତାଦେଖା ସ୍ଥଗିତ ରଖାଯାଇଥିଲା । ଏହା ପରେ ମେ ୨୬ରୁ ମାଟ୍ରିକ ମୂଲ୍ୟାୟନ ଆରମ୍ଭ ହୋଇଥିଲା । ସେହିପରି ଅଗଷ୍ଟ ତୃତୀୟ ସପ୍ତାହ ସୁଦ୍ଧା ବାଣିଜ୍ୟ ଓ ବିଜ୍ଞାନ ଓ ଶେଷ ସପ୍ତାହରେ ଯୁକ୍ତ ଦୁଇ ପରୀକ୍ଷା ଫଳ ବାହାରିବ ।

Comments are closed.