ଆଜି ସରୁଛି ଅନଲକ-୧ । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଜାରି କଲା ଅନଲକ୍ ୨ର ଗାଇଡଲାଇନ୍ : ଜୁଲାଇ ୩୧ ଯାଏ ବନ୍ଦ ରହିବ ସ୍କୁଲ, କଲେଜ୍ : ଖୋଲିବନି ମଲ, ଜିମ୍, ସୁଇମିଂ ପୁଲ ଓ ବାର

820

କନକ ବ୍ୟୁରୋ : ଜୁନ ୩୦ ତାରିଖରେ ଅନ୍ଲକ୍-୦୧ ଶେଷ ହେବାକୁ ଯାଉଥିବା ବେଳେ ଜୁଲାଇ ୧ରୁ ଆରମ୍ଭ ହେବ ଅନ୍ଲକ୍ – ୨ । କେନ୍ଦ୍ର ଗୃହ ମନ୍ତ୍ରାଳୟ ଏ ନେଇ ଗାଇଡ୍ଲାଇନ୍ ବା ମାର୍ଗଦର୍ଶିକା ଜାରି କରାଯାଇଛି । ଏଥିରେ ସବୁଠୁ ବଡ଼ ଦିଗଟି ହେଉଛି କଂଟେନମେଂଟ ଜୋନ ବା ଅବରୋଧ ଅଂଚଳରେ ପୂର୍ବଭଳି ଲକଡାଉନ କଟକଣା ଜାରି ରହିବ । କେବଳ ଅତ୍ୟାବଶ୍ୟକ ସେବାକୁ ଅନୁମତି ମିଳିବ । ତେବେ ଏହି ଅଂଚଳକୁ ଲୋକଙ୍କ ଯିବାଆସିବାକୁ ବାରଣ କରାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ମାର୍ଗଦର୍ଶିକା ଅନୁଯାୟୀ ଜିଲ୍ଲା ପ୍ରଶାସନ ଅବରୋଧ ଅଂଚଳ ନିର୍ଦ୍ଧାରଣ କରିବେ ।

ସଂକ୍ରମଣର ଶୃଙ୍ଖଳ ଭାଙ୍ଗିବା ପାଇଁ ଘର-ଘର ଉପରେ ନଜର ରଖିବା, କଂଟ୍ରାକ୍ଟ ଟ୍ରେସିଂ ଆଦିକୁ ବ୍ୟାପକ କରିବେ ସ୍ଥାନୀୟ ପ୍ରଶାସନ । ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ହେଉଛି ରାତି କର୍ଫ୍ୟୁର ସମୟ ନିର୍ଘଂଟ ବଦଳାଇଛନ୍ତି କେନ୍ଦ୍ର ସରକାର । ରାତି ୧୦ରୁ ସକାଳ ୫ ଟା ପର୍ଯ୍ୟନ୍ତ ରାତି କର୍ଫ୍ୟୁ ଜାରି ରହିବ । ଏହି ସମୟରେ କେବଳ ଜରୁରୀ ସେବା ଓ ମାଲ ପରିବହନକୁ ଅନୁମତି ମିଳିବ । ତେବେ ସଂପୃକ୍ତ ରାଜ୍ୟ ସରକାର ନିଜ ଅଂଚଳ ପାଇଁ ନିର୍ଦ୍ଦେଶନାମା ଜାରି କରିବେ ।