କନକ ବ୍ୟୁରୋ : ମହାଶିବରାତ୍ରି ଅବସରରେ ଶୈବପୀଠ ଗୁଡିକରେ ଶ୍ରଦ୍ଧାଳୁଙ୍କ ଭିଡ ଜମିବାରେ ଲାଗିଛି । ଝାଡଖଣ୍ଡ ଦେବଘରରେ ଥିବା ବାବା ବୈଦ୍ୟନାଥ ପୀଠରେ ହଜାର ହଜାର ଶ୍ରଦ୍ଧାଳୁ ପହଁଚିଛନ୍ତି । ଚାଲିଛି ଦେବ ଦେବ ମହାଦେବଙ୍କ ଦର୍ଶନ । ଶ୍ରଦ୍ଧାଳୁମାନେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିବା ସହ ଜଳଲାଗି କରିଛନ୍ତି । ସେପଟେ ଜମ୍ମୁ ଓ କଶ୍ମୀରରେ ଥିବା ଶିବଖୋରୀ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ବଡି ଭୋରରୁ ଏଠାରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଲାଣି ।
ତେବେ ଦିନ ବଢିବା ସହ ଶ୍ରଦ୍ଧାଳୁଙ୍କ ଭିଡ ମଧ୍ୟ ବଢିବାରେ ଲାଗିଛି । ଭୋରରୁ ମହାଦେବଙ୍କ ସ୍ୱତନ୍ତ୍ର ପୂଜା ନୀତି ସମ୍ପନ୍ନ ହୋଇଛି । ଏହାସହ ମଧ୍ୟପ୍ରଦେଶର ଭଜ୍ଜେନ ମହାକାଳେଶ୍ୱର ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଜାରି ରହିଛି । ଭୋର ୪ଟାରୁ ଏଠାରେ ଶ୍ରଦ୍ଧାଳୁମାନେ ପହଂଚି ଠାକୁର ଦର୍ଶନ କରିଛନ୍ତି । ଜାଗର ଅବସରରେ ହଜାର ହଜାର ଶ୍ରଦ୍ଧାଳୁ ଏଠାରେ ଭିଡ ଜମାଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/02/vlcsnap-2017-02-24-11h41m05s496.png)