ଆଜି ପବିତ୍ର ତ୍ରିବେଣୀ ଅମାବାସ୍ୟା । ଯାଜପୁରର ଅଧୀଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ସ୍ୱନକ୍ଷେତ୍ର ଉତ୍ସବ, ମହାସ୍ନାନ ପରେ ସାବିତ୍ରୀ ବେଶରେ ଭକ୍ତଙ୍କୁ ଦେବେ ଦର୍ଶନ

Advertisment
ସାବିତ୍ରୀ ବେଶରେ ଦର୍ଶନ ଦେଲେ ମା’ ବିରଜା । ମାଆଙ୍କ ଜନ୍ମ ତିଥିରେ ଯାଜପୁର ଜିଲ୍ଲାପାଳ ବଖାଣିଲେ ନିଜ ଅନୁଭୂତି, କହିଲେ କେମିତି ବଂଚିଥିଲେ ହୃଦଘାତରୁ

କନକ ବ୍ୟୁରୋ : ପବିତ୍ର ତ୍ରିବେଣୀ ଅମାବାସ୍ୟ ଅବସରରେ ଆଜି ବିରଜା ମନ୍ଦିରରେ ମା’ ବିରଜାଙ୍କ ଜନ୍ମୋତ୍ସବ ପାଳନ ହେଉଛି । ମା’ଙ୍କ ମହାସ୍ନାନ କରାଯିବା ସହ ସାବିତ୍ରୀ ବେଶରେ ମା’ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦିଅନ୍ତି । ବିଶ୍ୱାସ ରହିଛି ଯେ, ସୃଷ୍ଟି ରକ୍ଷା ଓ ରାକ୍ଷସ ବିନାସ ପାଇଁ ବ୍ରହ୍ମା ଏଠାରେ ଯଜ୍ଞ କରିଥିଲେ ଓ ଯଜ୍ଞକୁଣ୍ଡରୁ ମା’ ବିରଜାଙ୍କର ଆବିର୍ଭାବ ହୋଇଥିଲା । ମନ୍ଦିର ନିକଟରେ ଏକ ପୋଖରୀ ରହିଛି ଯାହା ବ୍ରହ୍ମାକୁଣ୍ଡ ଭାବେ ଜଣାଶୁଣା ।

ବିରଜାଙ୍କ ଜନ୍ମଦିନ ପାଇଁ ବିଶେଷ ଭାବେ ସ୍ୱନକ୍ଷେତ୍ର ପୂଜା କରାଯିବା ସହ ବିଶେଷ ଯଜ୍ଞର ଆୟୋଜନ ହୋଇଥାଏ । ଏହି ଦିନକୁ ଯାଜପୁରବାସୀ ଏକ ବିଶେଷ ଦିବସ ଭାବେ ପାଳନ କରିଆସୁଛନ୍ତି । ରାଜ୍ୟର ବିଭିନ୍ନ ଅଂଚଳରୁ ଶ୍ରଦ୍ଧାଳୁମାନେ ମଧ୍ୟ ମନ୍ଦିରରେ ଭିଡ଼ ଜମାଇଥାନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe