ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣମା ଅବସରରେ ବିଭିନ୍ନ ଜଳାଶୟରେ ଶ୍ରଦ୍ଧାଳୁ ଭସାଇଲେ ଡଙ୍ଗା : ପୁରୀ ସମେତ ଅନେକ ମନ୍ଦିରରେ ପ୍ରବଳ ଭକ୍ତଙ୍କ ସମାଗମ

Advertisment
ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣମା ଅବସରରେ ବିଭିନ୍ନ ଜଳାଶୟରେ ଶ୍ରଦ୍ଧାଳୁ ଭସାଇଲେ ଡଙ୍ଗା : ପୁରୀ ସମେତ ଅନେକ ମନ୍ଦିରରେ ପ୍ରବଳ ଭକ୍ତଙ୍କ ସମାଗମ

କନକ ବ୍ୟୁରୋ : ଆଜି କାର୍ତ୍ତିକ ପୂର୍ଣ୍ଣିମା। ବୋଇତ ବନ୍ଦାଣ ଉତ୍ସବ। ଆଜି ଭୋରୁ ବିଭିନ୍ନ ପୁଷ୍କରିଣୀ ଓ ନଦୀମାନଙ୍କରେ ଡଙ୍ଗା ଭସାଇବା ପାଇଁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ନଦୀ ଓ ପୁଷ୍କରିଣୀମାନଙ୍କରେ ଶ୍ରଦ୍ଧାଳୁମାନେ ବୁଡ଼ ପକାଇବା ସହ କଦଳୀ ପାଟୁଅ ଓ ଶୋଲଡଙ୍ଗା ଭସାଇଥିଲେ। ଡଙ୍ଗା ଭସାଇ ନୌବାଣିଜ୍ୟକୁ ମନେ ପକାଇଥିଲେ ଲୋକେ। ଏଥିସହିତ କାର୍ତ୍ତିକ ମାସର ଏହା ଶେଷ ଦିନ ହୋଇଥିବାରୁ ବିଭିନ୍ନ ଦେବାଦେବୀଙ୍କ ମନ୍ଦିରରେ ମଧ୍ୟ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଲାଗିରହିଛି।

publive-imageମିଳିଥିବା ସୂଚନା ଅନୁସାରେ ପୁରୀରେ ସକାଳୁ ହିଁ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିବା ବେଳେ ରାଜ୍ୟର ଅନେକ ମନ୍ଦିରରେ ପ୍ରବଳ ଭକ୍ତଙ୍କ ଭିଡ ଜମିଛି । ଏହାବ୍ୟତୀତ ପୁରୀରେ ବୋଇତ ବନ୍ଦାଣ ପାଇଁ ପ୍ରବଳ ଜନସମାଗମ ହୋଇଥିଲା। ମହୋଦଧିରେ ଡଙ୍ଗା ଭସାଇବା ପାଇଁ ହଜାର ହଜାର ସଂଖ୍ୟାରେ ଲୋକଙ୍କ ଭିଡ଼ ଲାଗିରହିଥିବା ଦେଖିବାକୁ ମିଳିଛି। ଏଥିସହିତ ଶ୍ରୀମନ୍ଦିରରେ ପ୍ରଭୁଙ୍କ ଦର୍ଶନ ଲାଗି ମଧ୍ୟ ପ୍ରବଳ ଭିଡ଼ ଲାଗିରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe