କନକ ବ୍ୟୁରୋ : ୧୪୭ ତମ ମହିମା ମାଘ ମେଳା । ଏହି ସପ୍ତାହବ୍ୟାପୀ ବିଶ୍ବପ୍ରସିଦ୍ଧ ମେଳା ପାଇଁ ସଜେଇ ହୋଇଛି ଯୋରନ୍ଦା ମହିମାଗାଦି। ଜଗତର କଲ୍ୟାଣ ନିମନ୍ତେ ମନ୍ଦିରମାନଙ୍କରେ ମହିମା ଗୋସାଇଁଙ୍କ ଉଦ୍ଦେଶ୍ୟରେ ଘୃତାହୁତି ପ୍ରଦାନ ଲାଗି ସାଧୁସନ୍ଥମାନେ ପ୍ରସ୍ତୁତ । ଚଳିତବର୍ଷ ମହିମା ମେଳାକୁ ଶାନ୍ତିଶୃଙ୍ଖଳାର ସହ ସାରିବା ପାଇଁ ମହିମା ସାଧୁ ସମାଜ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୀର୍ଘ ୧ ମାସ ହେଲା ଚାଲିଥିବା ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଛି । ଏହି ମେଳାରେ ଓଡ଼ିଶାର ସମସ୍ତ ଜିଲ୍ଲା ତଥା ପଡ଼ୋଶୀ ଛତିଶଗଡ, ଆସାମ, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, ବିହାର ପ୍ରଭୃତି ରାଜ୍ୟରୁ ବହୁ ସଂଖ୍ୟାରେ ମହିମାଧର୍ମାବଲମ୍ବୀ ସାଧୁସନ୍ଥ ତଥା ଭକ୍ତ ଯୋଗଦେବେ।
ଅନ୍ୟ ଦେଶର ପର୍ଯ୍ୟଟକମାନେ ମଧ୍ୟ ଏହି ସମୟରେ ଯୋରନ୍ଦାଗାଦି ପରିଭ୍ରମଣରେ ଆସିବେ। ଏଥର ବାର୍ଷିକ ମାଘ ମେଳାରେ ୧୦ ଲକ୍ଷରୁ ଊର୍ଦ୍ଧ୍ବ ସାଧୁ, ଭକ୍ତ ଓ ସ୍ଥାନୀୟ ଜନସାଧାରଣଙ୍କର ସମାଗମ ହେବାର ଆଶା କରାଯାଉଛି। ମେଳାରେ ଶାନ୍ତିଶଙ୍ଖଳା ରକ୍ଷା ପାଇଁ ଜଣେ ଏଏସ୍ପି ,୪ଜଣ ଡିଏସ୍ପି, ଏସ୍.ଆଇ ଓ ଏଏସ୍ଆଇ ୪୯ଜଣ, ହାବିଲ୍ଦାର ୧୦ଜଣ, ଟ୍ରାଫିକ୍ ପୁଲିସ ୬ଜଣ, ହୋମ୍ ଗାର୍ଡ ୧୩୨ ଓ ୮ ପ୍ଲାଟୁନ୍ ସଶସ୍ତ୍ର ପୁଲିସ ମୁତୟନ ହେବେ ବୋଲି ପୁଲିସ ସୂତ୍ରରୁ ଜଣାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/02/joranda-mela1-4-640x430.jpg)