କନକ ବ୍ୟୁରୋ: ଜେଏମଏମ ଅଧକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଗିରଫଦାରୀକୁ ବିରୋଧ । ଆଦିବାସୀ ସଂଘ ପକ୍ଷରୁ ଆଜି ଦିନିକିଆ ଝାଡ଼ଖଣ୍ଡ ବନ୍ଦ ପାଳନ କରାଯାଉଛି । ଆଦିବାସୀ ମୂଳବାସୀ ସଂଗଠନ ରାଜ୍ୟବାସୀଙ୍କୁ ଏହି ବନ୍ଦ ପାଳନରେ ସାମିଲ ହେବାକୁ ସୋସିଆଲ ମିଡିଆରେ ରାଜ୍ୟବାସୀଙ୍କୁ ଅପିଲ କରିଛି । ତେବେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ପକ୍ଷରୁ କୌଣସି ବନ୍ଦ ଡାକରା ଦିଆଯାଇନଥିବା ବେଳେ ଦଳୀୟ ନେତା ଓ କର୍ମୀମାନେ ସଂଯମତା ରକ୍ଷା କରିବାକୁ ଦଳ ପକ୍ଷରୁ ଅନୁରୋଧ କରାଯାଇଛି ।