କନକ ବ୍ୟୁରୋ : ଆଇଆଇଟି ଗୁଡ଼ିକରେ ନାମଲେଖା ଲାଗି ସୋମବାର ଜେଇଇ ଆଡଭାନ୍ସଡ୍ ଅନୁଷ୍ଠିତ ହେବ। ଦେଶରେ ୧ଲକ୍ଷ ୭୬ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବା ଲାଗି ନାମ ପଞ୍ଜୀକରଣ କରିଛନ୍ତି। ଏଥର ଓଡ଼ିଶାରୁ ୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ଜେଇଇ ଆଡଭାନ୍ସଡ୍ ଲାଗି ଯୋଗ୍ୟତା ଅର୍ଜନ କରିଥିଲେ। ତେବେ ସେମାନଙ୍କ ମଧ୍ୟରୁ ୩୨୬୧ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିବା ଜଣାପଡ଼ିଛି। ଜେଇଇ ଆଡଭାନ୍ସଡରେ ଦୁଇଟି ପେପର୍ ପରୀକ୍ଷା ଅନୁଷ୍ଠିତ ହେବ। ପୂର୍ବାହ୍ନ ୯ଟାରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ପେପର-୧ ଓ ଅପରାହ୍ନ ୨ଟାରୁ ୪ଟା ଯାଏ ପେପର୍-୨ ପରୀକ୍ଷା କରାଯିବ। ଭିନ୍ନକ୍ଷମ ପରୀକ୍ଷାର୍ଥୀଙ୍କୁ ଗୋଟିଏ ଘଣ୍ଟା ଅଧିକ ସମୟ ଦିଆଯିବ।
/kanak/media/post_attachments/wp-content/uploads/2019/05/jee-adf.jpg)
ପରୀକ୍ଷା ସରିବା ପୂର୍ବରୁ କୌଣସି ବି ପରୀକ୍ଷାର୍ଥୀ ବାହାରକୁ ଆସିପାରିବେ ନାହିଁ। ଜୁନ୍ ୧୪ ତାରିଖ ପୂର୍ବାହ୍ନ ୧୦ଟାରେ ପ୍ରବେଶିକା ପରୀକ୍ଷା ଫଳ ପ୍ରକାଶ କରାଯିବ। ଅନଲାଇନ ପୋଟାଲରେ ରୢାଙ୍କ କାର୍ଡ ପ୍ରକାଶ କରାଯିବ। କୌଣସି ପରୀକ୍ଷାର୍ଥୀଙ୍କୁ ବ୍ୟକ୍ତିଗତ ଭାବେ ର୍ୟାଙ୍କ କାର୍ଡ ପଠାଯିବ ନାହିଁ। ସୂଚନାଯୋଗ୍ୟ ଯେ, ଜେଇଇ ଆଡଭାନ୍ସଡ୍ ନାମଲେଖା ଲାଗି ମେ’ ୩ରୁ ୯ ତାରିଖ ପର୍ଯ୍ୟନ୍ତ ସାରା ଦେଶରେ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିଲେ। ତେବେ ବାତ୍ୟା ‘ଫନି’ ଯୋଗୁଁ ଓଡ଼ିଶାର ବହୁ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣରୁ ବଞ୍ଚିତ ହୋଇଥିଲେ। ତାହାକୁ ଦୃଷ୍ଟିରେ ରଖି ଓଡ଼ିଶାର ଛାତ୍ରଛାତ୍ରୀଙ୍କ ଲାଗି ମେ’ ୧୪ ପର୍ଯ୍ୟନ୍ତ ପଞ୍ଜୀକରଣ ଅବଧି ବୃଦ୍ଧି କରାଯାଇଥିଲା।