ଆଜି ଜେଇଇ ଆଡଭାନ୍ସ  ପ୍ରବେଶିକା ପରୀକ୍ଷା । ଭୁବନେଶ୍ୱର ସମେତ ୨୩ଟି ଆଇଆଇଟି ପାଇଁ ହେଉଛି ପରୀକ୍ଷା : ରାଜ୍ୟର ୫ଟି ସହରରେ ପରୀକ୍ଷା ଦେବେ ୫ ହଜାର ପରୀକ୍ଷାର୍ଥୀ

121

କନକ ବ୍ୟୁରୋ : ଆଜି ଜେଇଇ ଆଡଭାନ୍ସ ପରୀକ୍ଷା । ଭୁବନେଶ୍ୱର ସମେତ ଦେଶର ୨୩ ଟି ଆଇଆଇଟିରେ ନାମଲେଖା ପାଇଁ ଜେଇଇ ଆଡଭାନ୍ସ ପରୀକ୍ଷା ଅନୁଷ୍ଠିତ ହେବ । ଓଡ଼ିଶାର ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲା ସହରରେ ପରୀକ୍ଷା କେନ୍ଦ୍ର କରାଯାଇଛି । ଏହି କେନ୍ଦ୍ର ଗୁଡିକରେ ୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ଜେଇଇ ଆଡଭାନ୍ସ ପରୀକ୍ଷା ଦେବେ । ଦୁଇଟି ପେପର ପରୀକ୍ଷା ହେବ । ସକାଳ ୯ଟାରୁ ୧୨ଟା ପର୍ଯ୍ୟନ୍ତ ପେପର-ୱାନ୍ ଏବଂ ଅପରାହ୍ଣ ୨ଟା ୩୦ରୁ ୫ଟା ୩୦ ପର୍ଯ୍ୟନ୍ତ ପେପର-ଟୁ ପରୀକ୍ଷା ହେବ ।

ପ୍ରବେଶିକା ପରୀକ୍ଷା କଂପୁଟର ଟେଷ୍ଟ ବା ସିବିଟି ମୋଡରେ ଅନୁଷ୍ଠିତ ହେଉଥିବାରୁ କୋଭିଡ୍ ଗାଇଡଲାଇନ୍କୁ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି । ଜେଇଇ ଆଡଭାନ୍ସର ଯୋଗ୍ୟ ଛାତ୍ରଛାତ୍ରୀ ୨୩ଟି ଆଇଆଇଟିରେ ଥିବା ୪ ବର୍ଷିଆ ବି.ଟେକ୍ ଓ ବିଏସସି, ୫ ବର୍ଷିଆ ଆର୍କିଟେକ୍, ଡୁଆଲ୍ ଡିଗ୍ରୀ ବି.ଟେକ୍ ଓ ଏମ୍ଟେକ୍ ଓ ଡୁଆଲ ଡିଗ୍ରୀ ବିଏସସି ଓ ଏମଏସସି ପାଠ୍ୟକ୍ରମରେ ନାମ ଲେଖାଇ ପାରିବେ ।

ଏହି ପ୍ରବେଶିକା ପରୀକ୍ଷା ଦେବା ଲାଗି ଦେଶରେ ୧ ଲକ୍ଷ ୬୦ ହଜାର ୮୬୪ ଜଣ ଛାତ୍ରଛାତ୍ରୀ ପଂଜିକରଣ କରିଛନ୍ତି । ଦେଶର ୨୨୨ଟି ସହରର ୧୧୫୦ କେନ୍ଦ୍ରରେ ଏହି ପରୀକ୍ଷା ହେବ ।