ଯଶସ୍ୱୀ ଜନଜନାୟକଙ୍କୁ ମନେ ପକାଉଛି ଓଡିଶା । ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଆଜି ୯୩ତମ ଜୟନ୍ତୀ

203

କନକ ବ୍ୟୁରୋ : ସଂଘର୍ଷ ଓ ସଂଘାତ ମଧ୍ୟରୁ ସୃଷ୍ଟି ହୋଇଥାନ୍ତି ଜନନେତା । ଦୂରଦୃଷ୍ଟି ଓ ଅଧ୍ୟବସାୟ ବଳରେ ସେମାନେ ଲେଖିଥାନ୍ତି ଦେଶ ଓ ଜାତିର ଇତିହାସ । ସେହିଭଳି ଜଣେ ଜନନେତା ଥିଲେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ । ଗୋଟିଏ ସାଧାରଣ ପରିବାରରେ ଜନ୍ମ ନେଇ ନିଜର ଅସାଧାରଣ ବ୍ୟକ୍ତିତ୍ୱ ବଳରେ ସୃଷ୍ଟି କରିଥିଲେ ନିଜର ସ୍ୱତନ୍ତ୍ର ପରିଚୟ । ସାହିତ୍ୟ, ସାମ୍ବାଦିକତା ଓ ରାଜନୀତିରେ ସେ ଏପରି ଛାପ ଛାଡ଼ି ଯାଇଛନ୍ତି, ଯାହା ତାଙ୍କୁ ଅମର କରିଦେଇଛି ।

ଗରିବ ଓ ଅସହାୟ ବ୍ୟକ୍ତିଙ୍କ ଦୁଃଖ ଦୂର କରିବା ପାଇଁ ତାଙ୍କର ନିଷ୍ଠାପର ପ୍ରୟାସ ଓ ଦୂରଦୃଷ୍ଟି ସଂପନ୍ନ ପଦକ୍ଷେପ ଆଜି ବି ଉଦାହରଣ ହୋଇ ରହିଛି । ୯୩ ତମ ଜନ୍ମ ଜୟନ୍ତୀ ଅବସରରେ ଏହି ଯୋଗଜନ୍ମା ଜନନେତାଙ୍କୁ ଆମେ ମଧ୍ୟ ଗଭୀର ଶ୍ରଦ୍ଧାଂଜଳି ଜଣାଉଛୁ ।