ଆଜି ବିଜେପିର ଯାଜପୁର ବନ୍ଦ ଡାକରା । ସ୍ମିତାରାଣୀଙ୍କୁ ନେଇ ଏସପିଙ୍କ ମନ୍ତବ୍ୟକୁ ବିରୋଧ କରି ପୋଲିସ ଡିଜିଙ୍କୁ ଭେଟିଲା ବିଜେପି ପ୍ରତିନିଧି ଦଳ 

275

କନକ ବ୍ୟୁରୋ : ଆଜି ଯାଜପୁର ବନ୍ଦ ଡାକରା ଦେଇଛି ବିଜେପି । ପୁଲିସ ଅପରାଧୀକୁ ଘଂଟ ଘୋଡାଇଛି, ପୁଲିସ ଏସପି ମୃତ ମହିଳାଙ୍କ ଚରିତ୍ର ସଂହାର କରୁଥିବା ବିଜେପି ଅଭିଯୋଗ କରିଛି । ସ୍ମିତାରାଣୀଙ୍କ ମୃତ୍ୟୁ ପ୍ରେମ ଓ ଆତ୍ମହତ୍ୟା ବୋଲି ପୁଲିସର ଥିଓରିକୁ ବିଜେପି ଖଣ୍ଡନ କରୁଛି ।ହତ୍ୟାକାଣ୍ଡକୁ ଆତ୍ମହତ୍ୟାର ରୁପଦେବାକୁ ଯାଇ ପୁଲିସ ପରକୀୟାପ୍ରିତି ଭଳି କାହାଣୀ ଗଢିଥିବା ଅଭିଯୋଗ କରିିଛି ବିଜେପି ନେତା । ସ୍ମିତାରାଣୀଙ୍କ ମୃତ୍ୟୁର ୫ ଦିନ ପରେ ପୁଲିସ ହରିଦାସପୁର ସରପଂଚଙ୍କ ସ୍ୱାମୀ ରୂପେଶ ଭଦ୍ରଙ୍କୁ ଗିରଫ କରିଛି । ତେବେ ଆତ୍ମହତ୍ୟା ଥିଓରୀକୁ ବିରୋଧ କରି ଯାଜପୁର ଏସପିଙ୍କୁ ଘେରିଛି ବିଜେପି ।

ଏ ନେଇ ପୋଲିସ ଡିଜିଙ୍କୁ ଭେଟିଛନ୍ତି ବିଜେପି ପ୍ରତିନିଧି ଦଳ । ବିଜେପିର ଅଭିଯୋଗ ଉପରେ କଡ଼ା ପ୍ରତିକ୍ରିୟା ରଖିଛି ବିଜେଡି । ତଦନ୍ତ ନସରିବା ପୂର୍ବରୁ ଏପରି ବୟାନବାଜି ମାମଲାକୁ ପ୍ରଭାବିତ କରିବ ବୋଲି କହିଛନ୍ତି ବିଜେଡି ନେତ୍ରୀ ସୁଲତା ଦେଓ । ସେ କହିଛନ୍ତି, ଯେଉଁ ସରପଂଚଙ୍କ ସ୍ୱାମୀକୁ ଗିରଫ କରାଯାଇଛି, ତାଙ୍କ ସହ ବିଜେପି ନେତାଙ୍କ ଫଟୋ ମଧ୍ୟ ରହିଛି । ବିଜେଡିର ଏଭଳି ଅଭିଯୋଗର ମଧ୍ୟ ପ୍ରତିକ୍ର୍ରିୟା ରଖିଛି ବିଜେପି । ଅନ୍ୟ ଅଭିଯୁକ୍ତଙ୍କୁ ପଚାରାଉଚରା ନକରି କାହିଁକି ସ୍ମିତାରାଣୀଙ୍କ ସ୍ୱାମୀ ଓ ସଂପର୍କୀୟଙ୍କୁ ପୋଲିସ ଜେରା କରୁଛି ବୋଲି ପ୍ରଶ୍ନ ଉଠାଇଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ଏଥିରେ ବଡ଼ ଧରଣର ଷଡଯନ୍ତ୍ର ରହିଛି ରହିଥିବା ସେ ଅଭିଯୋଗ କରିଛନ୍ତି ।