ଆଜି ଅର୍ନ୍ତଜାତୀୟ କୁଷ୍ଠ ଦିବସ : ଜାଣନ୍ତୁ କୁଷ୍ଠ ରୋଗ ବ୍ୟାପିବାର କାରଣ ଓ ଏହାର ନିରାକରଣ

195

କୁଷ୍ଠ ଏକ ଦୀର୍ଘ ସ୍ଥାୟୀ ରୋଗ ଯାହାକୁ ଇଂରାଜୀରେ ଲେପ୍ରୋସି ବା ହାନସେନ୍ ରୋଗ କହନ୍ତି । ମାଇକୋବ୍ୟାକ୍ଟେରିଅମ ଲେପ୍ରି (Mycobacterium leprae) ଓ ମାଇକୋବ୍ୟାକ୍ଟେରିଅମ ଲେପ୍ରୋମାଟୋସିସ (Mycobacterium lepromatosis) ନାମକ ଦୁଇ ପ୍ରକାର ବ୍ୟାକ୍ଟେରିଆଦ୍ୱାରା ଏହି ରୋଗ ହୁଏ । ଏହି ରୋଗ ପ୍ରାରମ୍ଭରେ ଆଦୌ ଲକ୍ଷଣଯୁକ୍ତ ହୁଏ ନାହିଁ ଓ ୫ରୁ ୨୦ ବର୍ଷ ପର୍ଯ୍ୟନ୍ତ ବିନା ଲକ୍ଷଣରେ ରହିପାରେ । ପ୍ରତି ୧୦୦-୨୦୦ ଲୋକଙ୍କ ମଧ୍ୟରେ ଜଣେ ବା ଦୁଇଜଣ କୁଷ୍ଟରୋଗରେ ଆକ୍ରାନ୍ତ ହେବାର ଦେଖିବାକୁ ମିଳେ । ଏକ ଛୋଟ ଜୀବାଣୁ ଦ୍ଵାରା କୁଷ୍ଠରୋଗ ହୋଇଥାଏ । ଏହାକୁ କୁଷ୍ଠ ରୋଗ ଜୀବାଣୁ କୁହାଯାଏ । ସ୍ନାୟୁ, ଚର୍ମ, ଶ୍ୱାସ ନଳୀ, ଚକ୍ଷୁ ଇତ୍ୟାଦିରେ ଏହି ରୋଗ ଗ୍ରାନୁଲୋମା ଆକାରରେ ଦେଖାଯାଏ । ରୋଗ ପ୍ରଭାବିତ ସ୍ଥାନରେ କୌଣସି ପେନ୍ ବା ଯନ୍ତ୍ରଣା ହୁଏ ନାହିଁ, ଏଣୁ ଉର୍ଦ୍ଧ୍ୱ ଓ ନିମ୍ନ ଅବୟବର ପ୍ରାନ୍ତ ଭାଗ (ପାଦ ଓ ହାତର ଆଙ୍ଗୁଠି) କ୍ଷୟ ହୋଇଯାଏ । ଦୁର୍ବଳ ଲାଗେ ଓ ଦୃଷ୍ଟିଶକ୍ତି କମିଯାଏ ।

ଏହା ଅତି ଛୁଆଁ ରୋଗ ନୁହେଁ । ଚିକିତ୍ସାଦ୍ୱାରା ଏହି ରୋଗ ଆରୋଗ୍ୟ ହୁଏ । ପଶିବ୍ୟାସିଲାରି କୁଷ୍ଠରେ ଡାପସୋନ୍ ଓ ରିଫାମ୍ପିସିନ୍ ବଟିକା ୬ ମାସ ପର୍ୟ୍ୟନ୍ତ ଦିଆଯାଏ । କୁଷ୍ଠରେ ରିଫାମ୍ପିସିନ୍, ଡାପସୋନ୍ ଓ କ୍ଳୋଫାଜିମିନ ୧୨ ମାସ ପର୍ଯ୍ୟନ୍ତ ଦିଆଯାଏ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନଦ୍ୱାରା ଏହି ଔଷଧ ମାଗଣାରେ ବିତରଣ କରାଯାଏ । ଆହୁରି ଅନେକ ଆଣ୍ଟିବାୟୋଟିକ ମଧ୍ୟ ବ୍ୟବହାର କରାଯାଏ । ୧୯୮୦ ମସିହାରେ ଥିବା ୫.୨ ନିୟୁତ ରୋଗୀ ଥିଲେ ଓ ଏହି ସଂଖ୍ୟା କମିଯାଇ ୨୦୧୨ ମସିହାରେ ପୃଥିବୀରେ ୧,୮୯,୦୦୦ ଦୀର୍ଘସ୍ଥାୟୀ କୁଷ୍ଠ ରୋଗୀ ଥିଲେ ଓ ୨,୩୦,୦୦୦ ନୂଆ ରୋଗୀ ଚିହ୍ନଟ ହୋଇଥିଲେ । କେବଳ ଭାରତରେ ଏହାର ଅର୍ଦ୍ଧେକ ସଂଖ୍ୟକ ରୋଗୀ ଥାଆନ୍ତି । ବିଗତ ୨୦ ବର୍ଷରେ ୧୬ ନିୟୁତ ରୋଗୀ କୁଷ୍ଠ ରୋଗରୁ ଆରୋଗ୍ୟ ଲାଭ କରିଛନ୍ତି ।

ବ୍ୟାପିବାର କାରଣ : ଏହି ରୋଗ ବ୍ୟାପିବାରେ ସଠିକ ତଥ୍ୟ ଏ ପର୍ଯ୍ୟନ୍ତ ମିଳିନାହିଁ । ଡାକ୍ତରମାନେ ଏବେ ମଧ୍ୟ ଏହି ରୋଗ ବ୍ୟାପିବାର କାରଣ ଜାଣିବାରେ ଚେଷ୍ଟା ଚଳାଇଛନ୍ତି । ଆମେ ଜାଣୁ କୁଷ୍ଠରୋଗ ଛୋଟ ଏକ ଜୀବାଣୁ ଦ୍ଵାରା ହୋଇଥାଏ । ଏହାକୁ ଅଣୁବୀକ୍ଷଣ ଯନ୍ତ୍ରରେ ଦେଖିହୁଏ । ଯେତେବେଳେ କୁଷ୍ଠ ଜୀବାଣୁ ସୁସ୍ଥ ଲୋକର ଶରୀରରେ ପ୍ରବେଶ କରେ ଏହା ମରିଯାଏ । କିନ୍ତୁ କେତେକ ଲୋକଙ୍କ କ୍ଷେତ୍ରରେ ଏହା ନମରି ଅନ୍ୟାନ୍ୟ ଜାଗାରେ ରୋଗ ସୃଷ୍ଟି କରିଥାଏ । ଏକ କୁଷ୍ଠରୋଗୀ ଚର୍ମକୁ ଏହି ସ୍ୱାସ୍ଥ୍ୟକର୍ମୀ ଅଣୁବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ପରୀକ୍ଷା କରୁଛନ୍ତି । ଅଧିକାଂଶ କୁଷ୍ଠରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କର ଚର୍ମ ବା ସିଙ୍ଘାଣିରେ ଜୀବାଣୁ ନଥାଏ । ତେଣୁ ଏହି ରୋଗ ଛୁଆଁ ଛୁଇଁଲେ ବ୍ୟାପିନଥାଏ କୁଷ୍ଠରୋଗ ଚିକିତ୍ସା ପୂର୍ବରୁ କେତେକ ଆକ୍ରାନ୍ତ ବ୍ୟକ୍ତିଙ୍କ ସିଙ୍ଘାଣି ଓ ଚର୍ମରେ ବହୁତ ଜୀବାଣୁ ଥାଆନ୍ତି , ଯାହା ରୋଗ ବ୍ୟାପିବାରେ ସାହାଯ୍ୟ କରେ । ଏହା ସାଧାରଣତଃ ଜଣେ କୁଷ୍ଠରୋଗୀଠାରୁ ଆସିଥାଏ । ବେଳେବେଳେ ପରିବାର ସଦସ୍ୟଙ୍କ ମଧ୍ୟରେ ଜୀବାଣୁ ଆସିଥାଏ । ଏଣୁ କୁଷ୍ଠରୋଗ ପରୀକ୍ଷା ସମୟରେ ଘରର ସମସ୍ତ ସଦସ୍ୟଙ୍କୁ ପରୀକ୍ଷା କରିବାକୁ ପଡିଥାଏ ।

ନିରାକରଣ : କୁଷ୍ଠରୋଗୀ ଯଦି ନିୟମିତ ଚିକିତ୍ସିତ ହୁଏ ତେବେ ସେ ରୋଗ ଅନ୍ୟକୁ ସଂକ୍ରମଣ କରି ନଥାଏ । ନିୟମିତ ଚିକିତ୍ସା ଦ୍ଵାରା ସେ ମଧ୍ୟ ଘରେ ଅନ୍ୟମାନଙ୍କ ସହିତ ରହିପାରିବ । ଚିକିତ୍ସିତ ହେଉଥିବା ବ୍ୟକ୍ତି ଅନ୍ୟକୁ ରୋଗ ବାଣ୍ଟିବାରେ ସାହାଯ୍ୟ କରନ୍ତି ନାହିଁ । ଖାଦ୍ୟ ବା ପାଣି ଦ୍ଵାରା ଏହି ରୋଗ ବ୍ୟାପିନଥାଏ । କୁଷ୍ଠରୋଗୀ ସମସ୍ତଙ୍କ ସହିତ ଖାଦ୍ୟ ଖାଇପାରିବେ । ଜଣେ କୁଷ୍ଠ ରୋଗୀ ଆକ୍ରନ୍ତ ମହିଳା ପରିବାରରେ ଅନ୍ୟମାନଙ୍କୁ ଖାଦ୍ୟ ରାନ୍ଧି ଖାଇବାକୁ ଦେଇପାରବେ କିନ୍ତୁ ଯଦି ସେ ତାହାର ହାତର ସ୍ପର୍ଶାନୁଭୂତି ହରାଇଥାଏ । ତେବେ ସେ ଯତ୍ନଶୀଳ ହେବା ଦରକାର । କେତେ ଲୋକଙ୍କ ଅନ୍ଧ ବିଶ୍ଵାସ ଯୋଗୁଁ ଏହିପରି ଭୟ ସୃଷ୍ଟି ହୋଇଥାଏ, କୁଷ୍ଠ ରୋଗ ଭଲ ହୁଏ ନାହିଁ । କିନ୍ତୁ ଏହା ଆରୋଗ୍ୟ ସାଧ୍ୟ କୁଷ୍ଠରୋଗର ହାତ ଗୋଡ ନଷ୍ଟ ହୋଇଯାଏ । ସଅଳ ଚିକିତ୍ସା ଦ୍ଵାରା ହାତଗୋଡ ନଷ୍ଟ ହୋଇନଥାଏ । କୁଷ୍ଠ ରୋଗ ସଂକ୍ରାମକ ଅଟେ – କିନ୍ତୁ ଅଧିକାଂଶ କୁଷ୍ଠରୋଗ ସଂକ୍ରାମକ ନୁହେଁ । ତେଣୁ ଜଣେ ଏହି ରୋଗକୁ ଲୁଚାଇବା ବୋକାମୀ ଅଟେ ଓ ଏହି ରୋଗର ଚିକିତ୍ସା ତୁରନ୍ତ କରିବା ଆବଶ୍ୟକ । ଲୋକମାନେ ଏହି ରୋଗକୁ ଭୟ କରିବା ଦରକାର ନାହିଁ ।