ଆଜି ବିଶ୍ୱ ଛେନାପୋଡ ଦିବସ । ନୟାଗଡରେ ଧୁମଧାମରେ ପାଳନ ପାଇଁ ପ୍ରସ୍ତୁତି । ଜିଆଇ ଟ୍ୟାଗର ମାନ୍ୟତା ଦେବାକୁ

141

କନକ ବ୍ୟୁରୋ: ଏପ୍ରିଲ ୧୧ ଛେନାପୋଡର ସ୍ରଷ୍ଟା ସ୍ୱର୍ଗତ ସୁଦର୍ଶନ ସାହୁଙ୍କ ଜନ୍ମ ଜୟନ୍ତୀ । ଏହି ଦିନକୁ ବିଶ୍ୱ ଛେନାପୋଡ ଦିବସ ଭାବରେ ପାଳନ କରାଯାଉଛି । ନୟାଗଡରେ ଛେନାପୋଡ ଦିବସକୁ ପାଳନ କରୁଛି ହେଲପିଙ୍ଗ ହ୍ୟାଣ୍ଡ ନାମରେ ଏକ ସ୍ୱେଛାସେବୀ ଅନୁଷ୍ଠାନ । ସଂନ୍ଧ୍ୟା ୬ ଟାରେ ନୟାଗଡ ସହର ପୁରୁଣା ଦୁର୍ଗା ମଣ୍ଡପଠାରେ ଏହାକୁ ଆଡମ୍ବରରେ ପାଳନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ ମଧ୍ୟ କରାଯାଇଛି । ସେହିଭଳି ସ୍ୱର୍ଗତ ସୁଦର୍ଶନ ସାହୁଙ୍କ ଜନ୍ମ ଜୟନ୍ତୀକୁ ଛେନାପୋଡ ଦିବସ ଭାବରେ ପାଳନ କରାଯାଉଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ସୁଦର୍ଶନଙ୍କ ପରିବାର ଲୋକ । କହିଛନ୍ତି ଛେନାପୋଡ ଆଉ କେବଳ ନୟାଗଡର ହୋଇ ରହିନାହିଁ । ଏହା ବିଶ୍ୱ ପ୍ରସିଦ୍ଧ ହୋଇସାରିଲାଣି । ତେଣୁ ତୁରନ୍ତ ଛେନାପୋଡକୁ ଜିଆଇ ଟ୍ୟାଗ ମାନ୍ୟତା ଦିଆଯାଉ ।