ଆଜି ‘ଭାଲେଣ୍ଟାଇନ୍ ଡେ’ । ନିଜ ମନର ମଣିଷକୁ ହୃଦୟର କଥା କହିବେ ପ୍ରେମପକ୍ଷୀ । ରେଷ୍ଟୁରାଣ୍ଟ, ସପିଂ ମଲରେ ସ୍ୱତନ୍ତ୍ର ବ୍ୟବସ୍ଥା ।

132

କନକ ବ୍ୟୁରୋ: ପ୍ରେମ ଦୁଇଟି ଅକ୍ଷର । ପ୍ରେମ ବିନା ଜୀବନଟା ରଙ୍ଗହୀନ । ଜୀବନରେ ପ୍ରେମ ଭରିଦିଏ ଅନେକ ରଙ୍ଗ । ପ୍ରେମ ମାନେନା କୌଣସି ବନ୍ଧ ବାଡ । ସେହିପରି ଆଜି ହେଉଛି ପ୍ରେମର ଦିବସ ବା ଭାଲେଣ୍ଟାଇନ ଡେ । ଫେବୃଆରୀ ୭ ରୁ ଆରମ୍ଭ ହୋଇଥିବା ପ୍ରେମ ସପ୍ତାହର ଆଜି ଶେଷ ଦିନ । ଯାହାକୁ ଭାଲେଣ୍ଟାଇନ ଡେ ବୋଲି କୁହାଯାଉଛି ।

ଭାଲେଣ୍ଟାଇନ୍ ଡେ’ କୁ ନେଇ ଯୁବପିଢୀଙ୍କ ମଧ୍ୟରେ ବେଶ୍ ଉତ୍ସୁକତା ରହିଥାଏ । ଏହି ଦିବସକୁ ପାଳନ କରିବା ପାଇଁ ଅନେଇ ବସିଥାନ୍ତି ପ୍ରେମୀ ଯୁଗଳ । ବିଶେଷ କରି ପାର୍କ, ସପିଙ୍ଗ ମଲ୍, ରେସ୍ତୋରାଂ ଓ ସିନେମାହଲ ମାନଙ୍କରେ ପ୍ରେମୀଯୁଗଳଙ୍କ ଭିଡ ଦେଖିବାକୁ ମିଳିଥାଏ । ପ୍ରେମୀଯୁଗଳଙ୍କ ପାଇଁ ଏସବୁ ସ୍ଥାନରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସେହି ଅନୁଯାୟୀ ଆଜିର ଦିନକୁ ନିଜ ନିଜ ହିସାବରେ ପାଳନ କରୁଛନ୍ତି ପ୍ରେମୀଯୁଗଳ ।