କନକ ବ୍ୟୁରୋ: ଅଜି ତ୍ରିବେଣୀ ଅମାବାସ୍ୟା । ଏଥିପାଇଁ ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଳୁ ମାନେ ତୀର୍ଥ ପୁଷ୍କରିଣୀ ଗୁଡ଼ିକରେ ବୁଡ଼ ପକାଇଛନ୍ତି । ପ୍ରୟାଗରାଜରେ ମଧ୍ୟ ଶ୍ରଦ୍ଧାଳୁ ମାନେ ଗଙ୍ଗା ନଦୀରେ ବୁଡ଼ ପକାଇବା ପାଇଁ ଭିଡ଼ ଲଗାଇଛନ୍ତିି । ଗଙ୍ଗା ନଦୀର ବୁଡ଼ ପକାଇ ପୂଜାର୍ଚ୍ଚନା କରିଛନ୍ତି ଶ୍ରଦ୍ଧାଳୁ ।

ପବିତ୍ର ତ୍ରିବେଣୀ ଅମାବାସ୍ୟା ଅବସରରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଜନ୍ମଉତ୍ସବ ପାଳନ ହେଉଛି । ଏଥିପାଇଁ ଚଳଚଞ୍ଚଳ ହୋଇଛି ମା’ଙ୍କ ପୀଠ । ପରମ୍ପରା ଅନୁଯାୟୀ ସମସ୍ତ କାର୍ଯ୍ୟ ସ୍ଥିର କରାଯାଇଥିବା ବେଳେ ସାଧାରଣ ଭକ୍ତଙ୍କ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବ୍ରାହ୍ମମୁହୂର୍ତରେ ଦେବୀଙ୍କ ନିତ୍ୟସ୍ନାନ ଓ ବେଶ କାର୍ଯ୍ୟ ସରିବା ପରେ ଦେବୀଙ୍କୁ ସ୍ୱ-ନକ୍ଷତ୍ର ବିହିତ ମହାସ୍ନାନ କରାଯିବ । ସ୍ନାନ ପରେ ମା ସାବିତ୍ରୀ ବେଶରେ ଶ୍ରଦ୍ଧାଳୁଙ୍କ ଦର୍ଶନ ଦେବେ । ପରେ ସିଂହାସନ ଉପରେ ଷୋଡଶୋପଚାର ପୂଜାବିଧି କରାଯିବ । ଶୃଖଳିତ ଦର୍ଶନ କରିବାକୁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ମନ୍ଦିରକୁ ଫୁଲ ସଜା, ଆଲୋକମାଳାରେ ସୁସଜ୍ଜିତ କରାଯାଇଛି ।