ଆଜି ବିଧାନସଭାରେ ଉପସ୍ଥାପିତ ହେବ ୨୦୧୮-୧୯ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ : ଆକାର ହୋଇପାରେ ୧ଲକ୍ଷ ୨୦ହଜାର କୋଟି, ସବୁ ବର୍ଗକୁ ଲୋକଙ୍କୁ ଖୁସ କରିବାକୁ ପାଇଁ ସରକାର କରିପାରନ୍ତି ବଡ ଘୋଷଣା

35

କନକ ବ୍ୟୁରୋ : ଆଜି ଓଡ଼ିଶା ବିଧାନସଭାରେ ଉପସ୍ଥାପିତ ହେବ ୨୦୧୮-୧୯ ବର୍ଷର ଆର୍ଥିକ ବଜେଟ୍ । ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ । ଚଳିତବର୍ଷର ବଜେଟ ନିର୍ବାଚନ ପୂର୍ବରୁ ଶେଷ ପୂର୍ଣ୍ଣାଙ୍ଗ ବଜେଟ ହୋଇଥିବାରୁ ନବୀନ ସରକାର ଅନେକ ଆକର୍ଷଣୀୟ ଘୋଷଣା କରିପାରନ୍ତି । ଚଳିତ ବଜେଟରେ ରାଜ୍ୟ ସରକାର ସବୁ ବର୍ଗଙ୍କୁ ସନ୍ତୁଷ୍ଟ କରିବା ପାଇଁ ଟ୍ରେଜେରୀ ଖୋଲିଦେବେ ବୋଲି ଆଶା କରାଯାଉଛି । ସେହିପରି କୃଷକ, ଶିକ୍ଷକଙ୍କ ସ୍ୱତନ୍ତ୍ର ବ୍ୟବସ୍ଥା କରିପାରନ୍ତି ବୋଲି ଆକଳନ କରାଯାଉଛି । ଲୋକଙ୍କ ମନ ଜିଣିବା ପାଇଁ ଅନେକ ଗୁଡ଼ିଏ ଘୋଷଣା କରାଯିବାର ସମ୍ଭାବନା ମଧ୍ୟ ରହିଛି । ତେଣୁ ଏହି ବଜେଟ୍ ସବୁଠୁ ବଡ ବଜେଟ୍ ହେବ ବୋଲି କୁହାଯାଉଛି ।

naveen pattanaik

ଏଥର ବଜେଟ ଆକାର ପାଖାପଖି ୧ ଲକ୍ଷ ୨୦ ହଜାର କୋଟି ହେବ ବୋଲି ଆକଳନ କରାଯାଉଛି । ସାଧାରଣ ବଜେଟ ପୂର୍ବର୍ରୁ ଏହା ହେବ ଶେଷ ପୂର୍ଣ୍ଣାଙ୍ଗ ହେବ ବଜେଟ । ବଜେଟରେ ସବୁବର୍ଗର ଲୋକଙ୍କୁ ଖୁସ୍ ଉଦ୍ୟମ କରିବାକୁ ଉଦ୍ୟମ ହେବ । ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ଏହା ହେବ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ । ଗତବର୍ଷ ସରକାର ୧ ଲକ୍ଷ ୭ ହଜାର କୋଟିର ବ୍ୟୟ ଅଟକଳ କରିଥିଲେ । ବିଶେଷକରି ଏଥର ବଜେଟରେ ଚାଷୀ, ଯୁବବର୍ଗ ଓ ଶିକ୍ଷକଙ୍କ ଖୁସି କରିବା ପାଇଁ ବଡ ଘୋଷଣା ହୋଇପାରେ ।

sashi bhusan behera

ବଜେଟ ପୂର୍ବରୁ ବିଧାନସଭାରେ ଉପସ୍ଥାପିତ ହୋଇଛି ୨୦୧୭-୧୮ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ । ଓଡିଶାର ଅର୍ଥନୈତିକ ସ୍ଥିତିକୁ ନେଇ ଗୋଲାପୀ ଚିତ୍ର ଦେଇଛି ଓଡିଶା ଇକୋନୋମିକ ସର୍ଭେ ରିପୋର୍ଟ । ଏଥିରେ କୁହାଯାଇଛି, ଓଡିଶାର ଅର୍ଥନୈତିକ ସ୍ଥିତି କ୍ରମାଗତ ଭାବେ ଉନ୍ନତି କରିଚାଲିଛି । ୨୦୧୭-୧୮ ଆର୍ଥିକ ବର୍ଷରେ ରାଜ୍ୟ ଅର୍ଥନୀତି ୭ ଦଶମିକ ୧୪ ପ୍ରତିଶତ ହାରରେ ବୃଦ୍ଧି ପାଇଛି । ଓଡିଶାରେ ରେକର୍ଡ ହାରରେ ୨୦୧୭-୧୮ରେ ଶସ୍ୟ ଉତ୍ପାଦନ ବୃଦ୍ଧି ପାଇଛି । ଏହାଛଡା ଦରଦାମ ନିୟନ୍ତ୍ରଣ ଓ ଶିଶୁମୃତ୍ୟୁ ରୋକିବାରେ ଜାତୀୟ ହାର ଠାରୁ ଓଡିଶାର ସ୍ଥିତି ବେଶ୍ ଭଲ ଥିବା ରିପୋର୍ଟରେ ଦର୍ଶାଯାଇଛି ।