ଆଜି ବର୍ଷର ସବୁଠୁ ଛୋଟ ଦିନ । ଆଜିଠୁ ମହାକାଶରେ ହେବ ଅନେକ ପରିବର୍ତ୍ତନ

407

କନକ ବ୍ୟୁରୋ : ପ୍ରତିବର୍ଷ ଏହି ଦିନଟି ଭିନ୍ନ ଭିନ୍ନ ତାରିଖରେ ପଡିଥାଏ । ତେବେ ଗତବର୍ଷ ଏହି ଦିନ ଡିସେମ୍ବର ୨୨ ତାରିଖରେ ପଡିଥିବା ବେଳେ ଚଳିତ ବର୍ଷ ଏହି ଦିନଟି ଆଜି ତଥା ଡିସେମ୍ବର ୨୧ତାରିଖରେ ପଡିଛି । ସେହିଭଳି ବର୍ଷର ଏହି ସବୁଠାରୁ ଛୋଟ ଦିନକୁ ୱିଣ୍ଟର ସୋଲଷ୍ଟିକ ବୋଲି କୁହାଯାଏ । ତେବେ ଆସନ୍ତୁ ଜାଣିବା ଏହା ପଛରେ କଣ ବୈଜ୍ଞାନିକ କାରଣ ରହିଛି ।

ୱିଣ୍ଟର ସୋଲଷ୍ଟିକ କଣ ?
ଏହା ଏକ ଲାଟିନ୍ ଶଦ୍ଦ । ଯାହାର ଅର୍ଥ ହେଉଛି ସୂର୍ଯ୍ୟ ଅସ୍ତ ହେବା । ପୃଥିବୀ ନିଜର କକ୍ଷ ପଥରେ ଘୂର୍ଣ୍ଣନ କରିବା ସହ ସୂର୍ଯ୍ୟ ଆଡକୁ ଗତି କରିଥାଏ । ତେବେ ଏହି ପ୍ରରିପେକ୍ଷୀରେ ପୃଥିବୀର ଏକ ଭାଗ ଯାହା ସୂର୍ଯ୍ୟଙ୍କ ସଂସ୍ପର୍ଶରେ ଆସିଥାଏ, ଯାହାକୁ ସୋଲଷ୍ଟିକ ଶଦ୍ଦରେ ଯୋଡାଯାଇଥାଏ ।

ଉତ୍ତର ଗୋଲାର୍ଦ୍ଧରେ ଆଜିର ଦିନ ସବୁଠୁ ଛୋଟ
ଆଜି ଉତ୍ତର ଗୋଲାର୍ଦ୍ଧରେ ଦିନ ସବୁଠାରୁ ଛୋଟ । ଅର୍ଥାତ୍ ଆଜିର ଦିନରେ ସୂର୍ଯ୍ୟ ପୃଥିବୀର ଏହି ଭାଗଅଂଶରେ ଖୁବ୍ କମ ସମୟ ପାଇଁ ନଜର ଆସିବ । ସେହିଭଳି ଦକ୍ଷିଣ ଗୋଲାର୍ଦ୍ଧରେ ଆଜି ସୂର୍ଯ୍ୟ ଅଧିକ ସମୟ ଧରି ରହିବ । ଏଭଳି ପରିସ୍ଥିତିରେ ଏହି ଭାଗଅଂଶରେ ଆସୁଥିବା ଦେଶ ତଥା ଆର୍ଜେଂଟିନା, ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକାରେ ଆଜିଠାରୁ ଗ୍ରଷ୍ମପ୍ରବାହ ଆରମ୍ଭ ହେଉଛି ।

ତେବେ ୱିଣ୍ଟର ସୋଲଷ୍ଟିକ ଭଳି ସମର ସୋଲଷ୍ଟିକ ବି ରହିଛି । ଅର୍ଥାତ୍ ବର୍ଷର ସବୁଠୁ ଲମ୍ବା ତଥା ବଡ ଦିନ । ଏହି ଦିନରେ ରାତି ସବୁଠାରୁ ଛୋଟ ହୋଇଥାଏ । ୨୦ରୁ ୨୩ ଜୁନ ମଧ୍ୟରେ କୌଣସି ବି ଦିନରେ ଏହି ଦିନଟି ପଡିଥାଏ । ଆଉ ଗୋଟିଏ ସମୟ ଏଭଳି ବି ଆସିଥାଏ କି ଯେଉଁଥିରେ ଦିନରାତି ଉଭୟ ସମାନ ରହିଥାନ୍ତି । ତେବେ ଏହି ବେଳା ଗୋଟିଏ କିମ୍ବା ଦୁଇଦିନ ନହୋଇ ବରଂ ମାର୍ଚ୍ଚ ୨୧ ତାରିଖରୁ ୨୩ ସେପ୍ଟେମ୍ବର ମଧ୍ୟରେ ପଡେ, ଯେତେବେଳେ ସୂର୍ଯ୍ୟ ଏବଂ ଚନ୍ଦ୍ର ଆକାଶରେ ପ୍ରାୟ ସମାନ ସମୟ ପାଇଁ ନଜର ଆସନ୍ତି ।