ଆଜି ଆସିବ ଚଳିତ ଆର୍ଥିକ ବର୍ଷର ଦ୍ୱୀତିୟ ତ୍ରୟମାସିକ ରିପୋର୍ଟ : ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶ ପାଇବ ଜିଡ଼ିପି ଅଭିବୃଦ୍ଧି ହାର

ଜୁଲାଇ-ସେପ୍ଟେମ୍ବର କ୍ୱାର୍ଟରରେ ଅର୍ଥନୀତିର ପ୍ରଦର୍ଶନ ଉପରେ ରହିବ ନଜର

112

କନକ ବ୍ୟୁରୋ : କରୋନା କାଳରେ କେମିତି ରହିଛି ଦେଶର ଅର୍ଥନୀତି ? ଆଜି ଆସିବ ଦ୍ୱିତୀୟ ତ୍ରୟମାସିକ ରିପୋର୍ଟ । ଜୁଲାଇ-ସେପ୍ଟେମ୍ବର କ୍ୱାର୍ଟରରେ ଦେଶରେ ଅର୍ଥନୀତିର ପ୍ରଦର୍ଶନକୁ ନେଇ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇବ । ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ଦେଶର ଜିଡିପି ଅଭିବୃଦ୍ଧି ମାଇସନ୍ ୨୩ ଦଶମିକ ୯ ପ୍ରତିଶତ ରହିଥିଲା । କରୋନା ମହାମାରୀ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଗୁଡିକର ଲକଡାଉନ, ସଟଡାଉନ କଟକଣା ଫଳରେ ଅର୍ଥନୀତି ଏତେ ମାତ୍ରାରେ ସଂକୁଚିତ ହୋଇଥିଲା । ତେବେ ଦ୍ୱିତୀୟ ତ୍ରୟମାସରେ ଧିରେଧିରେ ଲକଡାଉନ କଟକଣା ହଟାଯାଇଥିବାରୁ ଅର୍ଥନୈତିକ ଗତିବିଧି ବଢିଥିଲା ଓ କମ୍ ସଂକୋଚନ ହେବ ବୋଲି ଆଶା କରାଯାଇଛି । ତଥାପି ଏହି ତିନିମାସରେ ଦେଶର ଅର୍ଥନୀତିକୁ ବିଭିନ୍ସ ସଂସ୍ଥାର ଆକଳନ ନିରୁତ୍ସାହଜନ ରହିଛି ।

  • ଜୁଲାଇ-ସେପ୍ଟେମ୍ବର ତ୍ରୈମାସରେ ଦେଶର ଜିଡିପି ଅଭିବୃଦ୍ଧି ବିଯୁକ୍ତ ୮.୬ ପ୍ରତିଶତ ରହିବ ବୋଲି ଆକଳନ କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ ।
  • ଏହି ସମୟ ଅବଧିରେ ଭାରତର ଅର୍ଥନୀତି ମାଇନସ ୯.୫ ପ୍ରତିଶତ ରହିବ ବୋଲି ଆକଳନ କରିଛି ରେଟିଂ ଏଜେନ୍ସି ଇକ୍ରା ।
  • ଏସବିଆଇ ରିସର୍ଚ୍ଚ ପକ୍ଷରୁ କୁହାଯାଇଛି ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସରେ ଜିଡିପି ଅଭିବୃଦ୍ଧି ୧୦.୭ ପ୍ରତିଶତ ରହିପାରେ ।
  • କିନ୍ତୁ ଅନ୍ତର୍ଜାତୀୟ ରେଟିଂ ସଂସ୍ଥା ମୁଡିସ ଏହି ଆକଳନକୁ ବିଯୁକ୍ତ ୧୦.୫ ପ୍ରତିଶତରେ ରଖିଛି ।
  • ଅନ୍ୟଏକ ଅନ୍ତର୍ଜାତୀୟ ରେଟିଂ ସଂସ୍ଥା କ୍ରିସିଲ କିନ୍ତୁ ଦ୍ୱିତୀୟ ତ୍ରୟମାସରେ ଡିଜିପି ଅଭିବୃଦ୍ଧି ସର୍ବାଧିକ ବିଯୁକ୍ତ ୧୨ ପ୍ରତିଶତ ରହିବା ଆକଳନ କରିଛି  ।