ଆଜି କାର୍ତ୍ତିକ ମାସର ଦ୍ୱିତୀୟ ସୋମବାର, ଚଳଚଞ୍ଚଳ ଧବଳେଶ୍ୱର ପୀଠ । ଲାଗିଛି ଭକ୍ତଙ୍କ ଗହଳ, ହବିଷ୍ୟାଳିଙ୍କ ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି
କନକ ବ୍ୟୁରୋ: ଆଜି କାର୍ତ୍ତିକ ମାସର ଦ୍ୱିତୀୟ ସୋମବାର । ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ମହାପ୍ରଭୁ ଧବଳେଶ୍ୱରଙ୍କ ପୀଠ । ଦୂରଦୂରାନ୍ତରୁ ଏଠାକୁ ଛୁଟୁଛି ଭକ୍ତଙ୍କ ସୁଅ ।

Kanak News is now on WhatsApp
Join and get latest news updates delivered to you via WhatsApp
ଏହାସହ ହବିଷ୍ୟାଳିଙ୍କ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ କରାଯାଇଛି ସ୍ୱତନ୍ତ୍ର ପ୍ରସ୍ତୁତି । ଏଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହାସହ ଅନ୍ୟ ଶୈବପୀଠମାନଙ୍କରେ ମଧ୍ୟ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି ।