ଆଜି ସଂସଦର ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନ । ସକାଳ ୯ଟାରେ ଚାଲିବ ରାଜ୍ୟସଭା, ଅପରାହ୍ନ ୩ଟାରେ ଲୋକସଭା : କୋଭିଡ୍ କଟକଣା ଭିତରେ ହେଉଛି ଗୃହକାର୍ଯ୍ୟ 

81

କନକ ବ୍ୟୁରୋ : କୋଭିଡ କଟକଣା ଭିତରେ ଆରମ୍ଭ ହୋଇଛି ସଂସଦର ମୌସୁମୀ ଅଧିବେଶନ । ଆଜି ଅଧିବେଶନର ଦ୍ୱିତୀୟ ଦିନ । ମହାମାରୀ ଯୋଗୁଁ ବେଶ ସତର୍କତା ସହ ଗୃହକାର୍ଯ୍ୟ ଚାଲିଛି ।  ସମସ୍ତ ସାଂସଦ ଓ କର୍ମଚାରୀଙ୍କ କୋଭିଡ୍ ଟେଷ୍ଟ ବାଧ୍ୟତାମୂଳକ ହୋଇଥିବା ବେଳେ ପ୍ରଥମ ଦିନରେ ୩୦ ଜଣ ସାଂସଦ ଓ ପ୍ରାୟ ୫୦ ଜଣ କର୍ମଚାରୀ କରୋନା ପଜିଟିଭ୍ ଥିବା ସୂଚନା ମିଳିଛି । ମହାମାରୀକୁ ଦୃଷ୍ଟିରେ ରଖି ସଦନରେ ସାମାଜିକ ଦୂରତା ରଖି ବସିଥିଲେ ସାଂସଦ ।

ଏପରିକି ଦର୍ଶକ ଗ୍ୟାଲେରୀରେ ବି ସାଂସଦମାନଙ୍କର ବସିବା ପାଇଁ ବ୍ୟବସ୍ଥା କରାଯାଇଛି । ସମସ୍ତ ସାଂସଦ ମାସ୍କ ପିନ୍ଧିଥିବା ବେଳେ ସେମାନଙ୍କ ଆଗରେ ରହିଛି ପ୍ଲାଷ୍ଟିକ୍ ସିଲ୍ଡ । ଏଥର ଅଧିବେଶନରେ ପ୍ରଶ୍ନକାଳକୁ ବାତିଲ କରାଯାଇଛି । ମୌସୁମୀ ଅଧିବେଶନରେ ୨୩ଟି ନୂଆ ବିଲ୍ ଓ ୧୧ଟି ଅଧ୍ୟାଦେଶକୁ ଆଇନ୍ରେ ପରିଣତ କରିବାକୁ ବିଲ୍ ଆଗତ ହେବା କାର୍ଯ୍ୟକ୍ରମ ରହିଛି । ସକାଳ ୯ଟାରୁ ରାଜ୍ୟସଭା ବସିବ ଓ ଅପରାହ୍ନ ୩ଟାରେ ଲୋକସଭା ଅଧିବେଶନ ଚାଲିବ । ୪ ଘଂଟା ଲେଖାଁ ଚାଲିବ ଉଭୟ ଗୃହ ।