ଆଜି ବିଧାନସଭା ଅଧିବେଶନର ଦ୍ୱିତୀୟ ଦିନ ; ବିରୋଧୀଙ୍କୁ ମୁକାବିଲା କରିବା ନୂଆ ସରକାରଙ୍କ ପାଇଁ ହୋଇପାରେ ଚ୍ୟାଲେଞ୍ଜ

Advertisment
ଆଜି ବିଧାନସଭା ଅଧିବେଶନର ଦ୍ୱିତୀୟ ଦିନ ; ବିରୋଧୀଙ୍କୁ ମୁକାବିଲା କରିବା ନୂଆ ସରକାରଙ୍କ ପାଇଁ ହୋଇପାରେ ଚ୍ୟାଲେଞ୍ଜ

କନକ ବ୍ୟୁରୋ: ନୂଆ ସରକାର। ଆଉ ନୂଆ ସରକାରଙ୍କ ପ୍ରଥମ ବିଧାନସଭା। ବିଧାନସଭା ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳଙ୍କ ରଘୁବର ଦାସଙ୍କ ଅଭିଭାଷଣ ବର୍ଜନ କରିଥିଲେ ବିରୋଧୀ। ଆଜି ଦ୍ୱିତୀୟ ଦିନରେ ଗୃହ ସ୍ୱାଭାବିକ ଚାଲିବ ଓ ହୋହଲ୍ଲା ହେବ, ତା’ ଉପରେ ରହିଛି ନଜର। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ନୂଆ ସରକାର ଆଗରେ ଅଛି ସଶକ୍ତ ବିରୋଧୀ। ତେଣୁ ବିରୋଧୀକୁ ହ୍ୟାଣ୍ଡେଲ କରିବା ସରକାରଙ୍କ ପକ୍ଷେ ସେତେଟା ସହଜ ହେବନି।

ସୋମବାର ଏଏସଓଙ୍କୁ ମାଡ଼ ମରା ଘଟଣା ଓ ଓଡ଼ିଆ ଅସ୍ମିତା ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଥିଲେ ଉଭୟ ବିଜେଡି ଓ କଂଗ୍ରେସ। ଏପରିକି ରାଜ୍ୟପାଳଙ୍କ ଭାଷଣକୁ ମଧ୍ୟ ବର୍ଜନ କରିଥିଲେ। ଏହାରି ଭିତରେ ଦୃଷ୍ଟି ଆକର୍ଷଣ କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ରାଜ୍ୟପାଳଙ୍କ ଅଭିଭାଷଣ ବେଳେ ହଠାତ୍ ନିଜ ଆସନରେ ଛିଡ଼ା ହୋଇଯାଇଥିଲେ ନବୀନ। ରାଜ୍ୟପାଳଙ୍କ ପୁଅଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ। ଆଉ ତାଙ୍କ ସମର୍ଥନ ଜଣାଇଥିଲେ ବିଜେଡି ଓ କଂଗ୍ରେସ। ଆଜି ମଧ୍ୟ ପୁଣି ସେସବୁ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ପ୍ରୟାସ କରିବେ ଉଭୟ ବିଜେଡି ଓ କଂଗ୍ରେସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe