କନକ ବ୍ୟୁରୋ : ଆଜି ଅଁଳା ନବମୀ । ଓଡ଼ିଆଣୀ ବେଶରେ ସଜ୍ଜିତ ହେବେ ରାଧା । ତେବେ କରୋନା କଟକଣା ପାଇଁ ଶ୍ରଦ୍ଧାଳୁଙ୍କ ଦର୍ଶନ ଉପରେ ଲାଗିଛି ରୋକ । ସାକ୍ଷୀଗୋପାଳ ମନ୍ଦିର ଚାରିପାଖେ ୧୪୪ ଧାରା ଜାରି ହୋଇଛି । ଲୋକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ୧୪୪ ଧାରା ଲାଗୁ କରିଛନ୍ତି ପ୍ରଶାସନ । ମନ୍ଦିର ଚାରିପାଖର ୨ଶହ ମିଟର ପର୍ଯ୍ୟନ୍ତ ଲାଗୁ ହୋଇଛି ଏହି କଟକଣା । ଚନ୍ଦନପୋଖରୀ ଠାରୁ ସିଦ୍ଧବକୁଳ ଯାଏଁ କଟକଣା ଲାଗୁ କଲା ପ୍ରଶାସନ ।
୨୫ ତାରିଖ ବଡ଼ ଏକାଦଶୀ ଯାଏଁ ଏହି କଟକଣା ରହିବ । ଏହା ସହ ସାକ୍ଷୀଗୋପାଳ ମନ୍ଦିରରେ ସର୍ବସାଧାରଣଙ୍କ ଦର୍ଶନ ମନା ହୋଇଛି । କେବଳ ମନ୍ଦିରରେ ସେବାୟତ ମାନେ ନିତିକାନ୍ତି କରିବେ । ଯଥାରୀତି ମନ୍ଦିରରେ ନୀତିକାନ୍ତ ସମ୍ପନ୍ନ କରାଯିବ । ରୀତିନୀତି ଅନୁଯାୟୀ ମଙ୍ଗଳା ଆରତୀ, ଅବକାଶ, ନଟବର ବେଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ବଲ୍ଲଭ, ସକାଳ ଧୂପ ପରି ନୀତିକାନ୍ତି କରାଯିବ ।