ଆଜିଠୁ ନ୍ୟାସନାଲ ଇଣ୍ଟରଷ୍ଟେଟ ଆଥଲେଟିକ୍ ଚାମ୍ପିଅନସିପ୍ : ଭାଗ ନେବେ ଶହଶହ ଖେଳାଳି; ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ଧାବକ ଅମୀୟ ମଲ୍ଲିକ

ଆଜିଠୁ ନ୍ୟାସନାଲ ଇଣ୍ଟରଷ୍ଟେଟ ଆଥଲେଟିକ୍ ଚାମ୍ପିଅନସିପ୍ : ଭାଗ ନେବେ ଶହଶହ ଖେଳାଳି; ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ଧାବକ ଅମୀୟ ମଲ୍ଲିକ

କନକ ବ୍ୟୁରୋ : ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ଅମୀୟ । ଆଜି ଠାରୁ ନ୍ୟାସନାଲ ଇଣ୍ଟର ଷ୍ଟେଟ ଆଥଲେଟିକ ଚାମ୍ପିଅନସିପ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବାକୁ ଯାଉଛି । ଏଥିରେ ଦେଶର ଶହ ଶହ ଖେଳାଳି ଭାଗ ନେବେ । ଓଡ଼ିଶାରୁ ୧୫ ଜଣ ଖେଳାଳି ଏଥିରେ ଭାଗ ନେବେ । ଏମାନଙ୍କ ମଧ୍ୟରେ ସ୍ପ୍ରିଂଟର ଅମୀୟ ମଲ୍ଲିକ ମଧ୍ୟ ଅଛନ୍ତି । ବିଗତ କିଛି ଦିନ ଧରି ଅମୀୟଙ୍କ ପ୍ରଦର୍ଶନ ବେଶ୍ ଭଲ ରହିଛି । ଏହି ଚାମ୍ପିୟନସିପ୍ ତାଙ୍କ ପାଇଁ ଏକ ସୁଯୋଗ ବୋଲି ସେ କହିଛନ୍ତି । ଅନ୍ୟପଟେ ଏହି ଆଥଲେଟିକ ଚାମ୍ପିଅନସିପରେ ନୀରଜ ଚୋପ୍ରା ଓ ଦୂତୀ ଚାନ୍ଦଙ୍କ ଭଳି କିଛି ବଡ଼ ଖେଳାଳିଙ୍କୁ ଦେଖିବାକୁ ମିଳିବ ନାହିଁ । ଆହତ କାରଣ ନୀରଜ ଏହି ପ୍ରତିଯୋଗିତାରେ ଭାଗ ନେଉ ନାହାନ୍ତି ।

ଓଡ଼ିଶା ଦଳ : ସୁଖୀ ବାସ୍‌କେ, ପୂର୍ଣ୍ଣିମା ହେମ୍ବ୍ରମ, ସାଲ୍‌ମି କିସ୍‌ପୋଟ୍ଟା, ବୋନିତା ଲାକ୍ରା, ମନିଷା ମେରେଲ, ‌‌‌‌‌ଜଉନା ମୁର୍ମୁ, ଶ୍ରାବଣୀ ନନ୍ଦ, ପ୍ରଜ୍ଞା ପ୍ରଶାନ୍ତି ସାହୁ, ଦିବ୍ୟା ଶାଣ୍ଡିଲ୍ୟା, ସୁସ୍ମିତା ଟିଗା, ସବିତା ଟୋପ୍ପୋ, ହରି ବେହେରା, ଲାଲୁ ପ୍ରସାଦ ଭୋଇ, କୃଷ୍ଣ ଚନ୍ଦ୍ର ଆଚାର୍ଯ୍ୟ, ଅଭିଷେକ ଦଳବେହେରା, ଅଶୋକ ଦଣ୍ଡସେନା, ଆନନ୍ଦ କୁମାର ଦ୍ବିବେଦୀ, ଦଣ୍ଡପତି ଜୟରାମ, କିଶୋର କୁମାର ଜେନା, ଅମିୟ କୁମାର ମଲ୍ଲିକ, ସ୍ବାଧୀନ କୁମାର ମାଝୀ, ବିକ୍ରାନ୍ତ ମଲ୍ଲିକ, ପଙ୍କଜ ମଣ୍ଡଳ, ଅଭିଜିତ ସାହୁ, ଅଭିନାଶ ସାହୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe