ଆଜି କୁମାରୀମାନଙ୍କ ବଡ଼ ପର୍ବ କୁମାର ପୂର୍ଣ୍ଣିମା : ଶ୍ରୀମନ୍ଦିରରେ ବଡ଼ ଠାକୁର ଖେଳିବେ ପଶା ଖେଳ

258

କନକ ବ୍ୟୁରୋ : ଆଜି ପବିତ୍ର କୁମାର ପୂର୍ଣ୍ଣିମା । ଏହା ସହିତ ଧରାବତରଣ କରିଛନ୍ତି  ମା’ ଗଜଲକ୍ଷ୍ମୀ । କୁମାରପୂର୍ଣ୍ଣମା ଅବସରରେ ଶ୍ରୀମନ୍ଦିରରେ ସଂପନ୍ନ ହେବ ସ୍ୱତନ୍ତ୍ର ନୀତି । ମା ମହାଲକ୍ଷ୍ମୀଙ୍କ ସହିତ ପଶା ଖେଳିବେ ପ୍ରଭୁ ଜଗନ୍ନାଥ ।  ବିଶେଷ ଭାବେ ବିଦେଶକୁ ନୌବାଣିଜ୍ୟରେ ଯାଇଥିବା ସାଧବ ପୁଅ କାର୍ତିକ ମାସରେ ହିଁ ପ୍ରତ୍ୟାବର୍ତନ କରୁଥିଲେ । କହିବାକୁ ଗଲେ ଘରକୁ ଆସୁଥିଲା ଧନରତ୍ନ ବା ମା ମହାଲକ୍ଷ୍ମୀ ପ୍ରବେଶ କରୁଥିଲେ ।

ତେବେ ଫେରିବା ପରେ ପରେ ପ୍ରଥମେ ଏହି ଧନରତ୍ନକୁ ଭୂଦେବୀଙ୍କ ପାଦରେ ସମର୍ପଣ କରୁଥିଲେ । ଆଜି କୁମାରପୂର୍ଣ୍ଣମା ଅବସରରେ ଏହି ନୀତି ସଂପନ୍ନ ହେବ ଶ୍ରୀମନ୍ଦିରରେ । ମଧ୍ୟାହ୍ନ ଧୂପ ପରେ ପରେ ଶ୍ରୀଦେବୀ-ଭୂଦେବୀଙ୍କୁ ଖଟଶେଜ ଘରେ ବିଜେ କରାଯିବ । ଆଜ୍ଞାମାଳ ପାଇ ସୁଦର୍ଶନ ବିଜେ କରିବେ । ଦେବୀଙ୍କୁ ବିମାନରେ ବସାଇ ମନ୍ଦିର ବେଢା ପରିକ୍ରମା କରାଯିବ । ଭିତର ଚନ୍ଦନ ଲାଗି ଓ ବଡସିଂହାର ବେଶ ପରେ ସିଂହାସନ ତଳେ ଶକଟା, ପଶା ଓ କଉଡି ଖେଳ ହୋଇଥାଏ ।

ଶ୍ରୀମନ୍ଦିର ପରମ୍ପରାରେ ଏହାକୁ ଦ୍ୟୁତ କ୍ରୀଡା ବୋଲି କୁହାଯାଏ । ଏହି କ୍ରୀଡାରେ ମହାଲକ୍ଷ୍ମୀଙ୍କ ଠାରୁ ମହାପ୍ରଭୁ ହାରି ଯାଇଥିବାରୁ ରତ୍ନ ସିଂହାସନରେ ଥିବା ମାଧବ ୭ ଦିନ ଧରି ମହାଲକ୍ଷ୍ମୀଙ୍କ ମନ୍ଦିରରେ ବନ୍ଧକ ରହିବେ । କୁମାର ପୂର୍ଣ୍ଣମାରୁ ୭ ଦିନ ଧରି ମାଧବ ରହିବେ ଲକ୍ଷ୍ମୀ ମନ୍ଦିରରେ ।