ଆଜିଠାରୁ ପବିତ୍ର ମାର୍ଗଶିର ଗୁରୁବାର : ପ୍ରତିଟି ଓଡିଆ ଘରେ ପୂଜା ପାଉଛନ୍ତି ମାଆ ଲକ୍ଷ୍ମୀ

410

କନକ ବ୍ୟୁରୋ : ଆଜିଠାରୁ ପବିତ୍ର ମାର୍ଗଶିର ଗୁରୁବାର । ପ୍ରତିଟି ଓଡିଆ ଘରେ ପୂଜା ପାଇବେ ମାଆ ଲକ୍ଷ୍ମୀ । ଐଶ୍ୱର୍ଯ୍ୟ ଏବଂ ସିଦ୍ଧିର ଦେବୀ ମହାଲକ୍ଷମୀଙ୍କ କରୁଣା ପ୍ରାପ୍ତି ଆଶାରେ ମାର୍ଗଶୀର ମାସର ପ୍ରତି ଗୁରୁବାର ଓଡିଆ ଘରେ ମାଣବସେ । ଘର ଅଗଣାରେ ଅଙ୍କାଯାଏ ଚିତା ଆଉ ଝୋଟି । ମାଣବସା ଓଷାକୁ ଲକ୍ଷ୍ମୀପୂଜା ମଧ୍ୟ କୁହାଯାଏ । ଏହି ଓଷାକୁ ଓଡ଼ିଶାର ସମସ୍ତ ଜାତିର ଲୋକେ ପାଳନ କରିଥାନ୍ତି ।

ଏହି ସମୟରେ ଧନଧାନ୍ୟ, ବାତ୍ସଲ୍ୟ ଓ ଦୟାକ୍ଷମାର ପ୍ରତିମୂର୍ତ୍ତି ରୂପେ ଲକ୍ଷ୍ମୀଙ୍କୁ କଳ୍ପନା କରାଯାଇ ଘରର ଶ୍ରୀ, ସମୃଦ୍ଧି, ପରିଷ୍କାର-ପରିଚ୍ଛନ୍ନତା ଆଦି ପ୍ରତି ଦୃଷ୍ଟି ଦିଆଯାଇଥାଏ । ମାର୍ଗଶିର ମାସରେ ପୂଜା ଘରେ ଧାନ ମେଣ୍ଟା ବା “ଧାନବେଣୀ”ରେ ସଜାଯାଇଥାଏ । ଧାନକେଣ୍ଡାକୁ ଗୁନ୍ଥି ଏହି ମେଣ୍ଟା ବା ବେଣୀ ତିଆରି କରାଯାଏ । ଏହି ଅବସରରେ ମଞ୍ଜରୀ ଟିଭି ପକ୍ଷରୁ ପ୍ରସ୍ତୁତ କରାଯାଇଛି ଧାରାବାହିକ ଲକ୍ଷ୍ମୀ ପୁରାଣ । ମଂଜରୀରେ ଏହି ଧାରାବାହିକ ପ୍ରତି ଗୁରୁବାରରୁ ମଙ୍ଗଳବାର ସଂଧ୍ୟା ୫ଟା ୩୦ରେ ପ୍ରସାରଣ ହେବ ।