ଆଜି ଚତୁର୍ଥ ପର୍ଯ୍ୟାୟ ଭୋଟ୍ । ୬ ଲୋକସଭା, ୪୨ ବିଧାନସଭା ଆସନରେ ପଡିବ ଭୋଟ୍ । ନେତା ବାଛିବେ ଜନତା…

91

କନକ ବ୍ୟୁରୋ: ଆଜି ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ । ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, ବାଲେଶ୍ୱର, ଭଦ୍ରକ ଓ ମୂୟରଭଞ୍ଜ ଲୋକସଭା ଆସନ ସହ ଏହି ସଂସଦୀୟ କ୍ଷେତ୍ରର ୪୨ ବିଧାନସଭା ଆସନରେ ଆଜି ପଡିବ ଭୋଟ । ତେବେ ପ୍ରଚଣ୍ଡ ତାତି ଓ ଅସହ୍ୟ ଗୁଳଗୁଳି ଭିତରେ ମତଦାନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ରାଜ୍ୟର ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ପୋଲିସ ପ୍ରଶାସନ ସଂପୂର୍ଣ୍ଣ ପ୍ରସ୍ତୁତ ଥିବା କହିସାରିଛନ୍ତି ପୋଲିସ ମହାନିର୍ଦ୍ଦେଶକ । ୬ ଲୋକସଭା ଓ ୪୨ ବିଧାନସଭା ଆସନ ପାଇଁ ୧୦ ହଜାର, ୮୮୨ ବୁଥରେ ମତଦାନ ଗ୍ରହଣ କରାଯିବ । ସେଥିମଧ୍ୟରୁ ୨୧ ପ୍ରତିଶତ ସମ୍ବେଦନଶୀଳ ବୁଥ ଚିହ୍ନଟ କରାଯାଇଛି, ଶାନ୍ତିଶୃଙ୍ଖଳା ପାଇଁ ୩୬ ହଜାର ପୋଲିସ ଫୋର୍ସ ନିୟୋଜିତ ହୋଇଛନ୍ତି । ତା ସହିତ ୧୨୬ କମ୍ପାନୀ ଅର୍ଦ୍ଧସାମରିକ ବାହିନୀ, ୮୬ ପ୍ଲାଟୁନ ପ୍ଲାଟୁନ ଓଡ଼ିଶା ଆର୍ମଡ ପୋଲିସ ନିୟୋଜିତ ହେଇଛନ୍ତି । ଅନ୍ୟପଟେ ବୁଥ ତଦାରଖ କରିବେ ୮୪୩ଟି ମୋବାଇଲ ପାଟ୍ରୋଲିଂ ପାର୍ଟି ନିୟୋଜିତ ହେଇଛନ୍ତି ।