ବିନା ଭକ୍ତରେ ଆଜି ମହାପ୍ରଭୁଙ୍କ ସଂଧ୍ୟା ଦର୍ଶନ : ବାହୁଡ଼ା ପାଇଁ ରାତି ୭ରୁ ପ୍ରସ୍ତୁତି, ୨ରେ ସୁନାବେଶ, ୪ରେ ନୀଳାଦ୍ରି ବିଜେ

ବିନା ଭକ୍ତରେ ଆଜି ମହାପ୍ରଭୁଙ୍କ ସଂଧ୍ୟା ଦର୍ଶନ : ବାହୁଡ଼ା ପାଇଁ ରାତି ୭ରୁ ପ୍ରସ୍ତୁତି, ୨ରେ ସୁନାବେଶ, ୪ରେ ନୀଳାଦ୍ରି ବିଜେ

କନକ ବ୍ୟୁରୋ : ଆଜି ଜନ୍ମବେଦିରେ ମହାପ୍ରଭୁଙ୍କ ସଂଧ୍ୟା ଦର୍ଶନ। ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିଥିବା ମହାପ୍ରଭୁଙ୍କ ଜନ୍ମବେଦିରେ ଏହା ଶେଷ ଦର୍ଶନ। ଏହି ଦର୍ଶନ ସାରି ମହାପ୍ରଭୁ ବାହୁଡ଼ା ଯାତ୍ରାରେ ବାହାରିବେ। ପ୍ରତିବର୍ଷ ସଂଧ୍ୟା ଦର୍ଶନରେ ଭକ୍ତଙ୍କ ପ୍ରବଳ ସମାଗମ ହେଉଥିବାରୁ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରଯାଇଥାଏ। କିନ୍ତୁ ଚଳିତବର୍ଷ କରୋନା କଟକଣା ପାଇଁ ବିନା ଭକ୍ତରେ ମହାପ୍ରଭୁଙ୍କ ସଂଧ୍ୟାଦର୍ଶନ ନୀତି ଅନୁଷ୍ଠିତ ହେବ।

ସଂଧ୍ୟା ଦର୍ଶନ ନୀତିକୁ ରାତି ୭ଟା ଭିତରେ ଶେଷ କରି ମହାପ୍ରଭୁଙ୍କ ବାହୁଡ଼ାଯାତ୍ରାର ପ୍ରସ୍ତୁତି ପର୍ବ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି। ରାତି ୭ଟାରେ ପହୁଡ଼ ଆଳତି ପରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାହୁଟ କଣ୍ଟ, ଚାରବନ୍ଧା, କୁସୁମିଲାଗି ନୀତି ଅନୁଷ୍ଠିତ ହେବ। ନବମୀ ସଂଧ୍ୟା ଦର୍ଶନ ସଂପର୍କରେ ସ୍କନ୍ଧ ପୁରାଣରେ ବର୍ଣ୍ଣନା କରାଯାଇଛି। ତ୍ରିକାଳରେ ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କଲେ ଯେଉଁ ପୂଣ୍ୟ ମିଳେ, ତାହା ଗୋଟିଏ ଦିନ ଅର୍ଥାତ୍ ନବମୀ ସଂଧ୍ୟା ଦର୍ଶନରୁ ମିଳିଥାଏ। କିନ୍ତୁ ଚଳିତବର୍ଷ ଏହି ଦର୍ଶନରୁ ଭକ୍ତ ବଞ୍ଚିତ ହୋଇଛନ୍ତି। ଅନ୍ୟପଟେ ସଂଧ୍ୟା ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି।

ଆସନ୍ତା ୧ ତାରିଖରେ ବାହୁଡ଼ା ନୀତି ଶେଷ ପରେ ମଧ୍ୟାହ୍ନ ୧୨ଟାରେ ରଥଟଣା ଆରମ୍ଭ ହେବ। ସୂଚନାଯୋଗ୍ୟ, ବାହୁଡ଼ା ଯାତ୍ରା ପରେ ଜୁଲାଇ ୨ରେ ସୁନାବେଶ, ଜୁଲାଇ ୩ରେ ରଥ ଉପରେ ଅଧରନୀତି, ଜୁଲାଇ ୪ରେ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe