source :businesshour24
ଆଜି ବଲିଉଡ୍ ଜଗତର ଜଣାଶୁଣା ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କର ଜନ୍ମଦିନ । ଏହି ଚୁଲବୁଲି ନାୟିକା ଜଣକ ନିଜର ୩୦ତମ ଜନ୍ମ ଦିବସ ପାଳନ କରୁଛନ୍ତି। ତାଙ୍କ ପ୍ରଶଂସକମାନେ ଅନୁଷ୍କାଙ୍କୁ ପ୍ରେମଭରା ମେସେଜ୍ ପଠାଇ ତାଙ୍କୁ ବାର୍ଥ ଡେ’ର ଅଭିନନ୍ଦନ ଜଣାଇଛନ୍ତି । ଅନୁଷ୍କାଙ୍କ ସ୍ୱାମୀ କ୍ରିକେଟର୍ ବିରାଟ କୋହଲୀ ମଧ୍ୟ ସ୍ତ୍ରୀଙ୍କ ବାର୍ଥ ଡେ’ରେ ତାଙ୍କୁ ଖୁସ୍ କରିଛନ୍ତି ।
ବିରାଟ କୋହଲୀ ଅନୁଷ୍କା ଶର୍ମାଙ୍କ ପାଇଁ ଏକ ସରପ୍ରାଇଜ୍ କେକ୍ ମଗାଇଥିଲେ। ଏହି କେକକୁ ସେ ନିଜ ହାତରେ ପତ୍ନୀ ଅନୁଷ୍କାଙ୍କୁ ଖୁଆଇଛନ୍ତି। କୋହଲୀ ତାଙ୍କର ଇନଷ୍ଟାଗ୍ରାମରେ ଏକ ସୁନ୍ଦର ମେସେଜ୍ ବି ସେୟାର୍ କରିଛନ୍ତି। ସେ ଲେଖିଛନ୍ତି-‘ହାପି ବାର୍ଥ ଡେ ମାଇଁ ଲଭ୍ ଦ ମୋଷ୍ଟ ପଜିଟିଭ୍ ଆଣ୍ଡ୍ ଅନେଷ୍ଟ ପରସନ୍ ଲଭ ୟୁ, । ବିବାହପରେ ଏହା ହେଉଛି ଅନୁଷ୍କାଙ୍କର ପ୍ରଥମ ଜନ୍ମ ଦିନ। ଏହି ଫଟୋରୁ ଅନୁଷ୍କା ବହୁତ ଖୁସି ଥିବା ନଜର ଆସୁଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ଅନୁଷ୍କା ଶର୍ମାଙ୍କ ହାତରେ ଏବେ ରହିଛି ତିନିଟି ସିନେମା। ଏଥିମଧ୍ୟରୁ ଗୋଟିଏ ହେଲା ‘ସୁଇ ଧାଗା’, ଆରଟି ‘ଜିରୋ’ ଓ ତୃତୀୟଟି ‘ସଂଜୁ’ । ପ୍ରଥମଟିରେ ବରୁଣ ଧଓ୍ଵନ୍ , ଦ୍ୱିତୀୟଟିରେ ଶାହାରୁଖ୍ ଖାନ୍ ଓ ତୃତୀୟଟିରେ ରଣବୀର କପୁରଙ୍କ ସହ ନଜର ଆସିବେ ଅନୁଷ୍କା ଶର୍ମା। ଏସବୁ ସିନେମା ଚଳିତ ବର୍ଷ ପରଦାକୁ ଆସିବ ବୋଲି ଜଣାଯାଇଛି। ସେ ଆଦିତ୍ୟ ଚୋପ୍ରାଙ୍କ ‘ରବନେ ବନାଦି ଯୋଡି’ ସିନେମା ଜରିଆରେ ବଲିଉଡରେ ପ୍ରବେଶ କରିଥିଲେ।
Follow Us
/kanak/media/post_attachments/wp-content/uploads/2018/05/virat-anuska-bh-24-300x160.jpg)