ଆଜି ସମ୍ବାଦ ଓ କନକ ନ୍ୟୁଜର ସ୍ୱନକ୍ଷତ୍ର ଦିବସ : ୩୭ ବର୍ଷରେ ଓଡିଶାର ନମ୍ବର ୱାନ ଦୈନିକ ଖବର କାଗଜ ସମ୍ବାଦ

କନକ ନ୍ୟୁଜ ପୂରଣ କଲା ସଫଳତାର ୧୨ ବର୍ଷ

186

କନକ ବ୍ୟୁରୋ : ଆଜି ସମ୍ବାଦ ଓ କନକ ନ୍ୟୁଜର ସ୍ୱନକ୍ଷତ୍ର ଦିବସ । ସନ୍ଧ୍ୟା ୬ଟାରେ ଭୁବନେଶ୍ବର ରବୀନ୍ଦ୍ର ମଣ୍ଡପରେ ‘ସମ୍ବାଦ’ର ୩୭ତମ ଏବଂ ‘କନକ ନ୍ୟୁଜ୍‌’ର ଦ୍ୱାଦଶ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଉତ୍ସବରେ ଭାରତର ପାରାଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜେତା କ୍ରୀଡ଼ାବିତ୍ ପ୍ରମୋଦ ଭଗତ ଏବଂ ବିଖ୍ୟାତ ସ୍ତମ୍ଭକାର ଯୋଗେନ୍ଦ୍ର ଯାଦବ ବିଶିଷ୍ଟ ଅତିିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ଭଗତ ହେଉଛନ୍ତି ପାରାବ୍ୟାଡ୍‌ମିଣ୍ଟନ୍‌ରେ ବିଶ୍ବର ଏକ ନମ୍ବର ଖେଳାଳି । ନିକଟରେ ଟୋକିଓ ପାରାଲିମ୍ପିକ୍ସରେ ପୁରୁଷ ଏକକ ବ୍ୟାଡ୍‌ମିଣ୍ଟନ୍‌ରେ ସ୍ବର୍ଣ୍ଣ ପଦକ ଜିତି ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଛନ୍ତି। ଅନ୍ୟପକ୍ଷରେ ଯୋଗେନ୍ଦ୍ର ଯାଦବ ଦେଶର ଜଣେ ଚିନ୍ତାଶୀଳ ସ୍ତମ୍ଭକାର, ବୁଦ୍ଧିଜୀବୀ ଏବଂ ସାମାଜିକ କର୍ମୀ ଭାବରେ ପରିଚିତ । ସ୍ୱରାଜ ଅଭିଯାନ ଏବଂ ଜୟ କିଶାନ ଆନ୍ଦୋଳନର ସେ ପ୍ରତିଷ୍ଠାତା ସଦସ୍ୟ । ‘ସ୍ୱରାଜ ଇଣ୍ଡିଆ’ ରାଜନୈତିକ ଦଳର ସେ ପ୍ରତିଷ୍ଠାତା ସଭାପତି ।

‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ଏହି ଉତ୍ସବରେ ପୌରୋହିତ୍ୟ କରିବେ । ଏହି ଅବସରରେ ବାର୍ଷିକ ବିଶେଷାଙ୍କ ଉନ୍ମୋଚନ ସହିତ ‘ସମ୍ବାଦ’ ତରଫରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯିବ ।